କଟକ: ବେସରକାରୀ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ବଢିଲା ଅଡୁଆ । ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । କଟକ ପୁରିଘାଟ ଥାନାରେ ଏହି ମାମଲା ଦାୟର କରିଛନ୍ତି କଟକ ଜାଉଁଳିଆପଟିରେ ପ୍ଲାଏଉଡ୍ ବ୍ୟବସାୟ କରୁଥିବା ନିଶିଥ ଅଗ୍ରୱାଲ । ଅଭିଯୋଗ ମୁତାବକ, 2020 ମସିହା ଅକ୍ଟୋବର ମାସରେ ଅର୍ଦ୍ଧେନ୍ଦୁ ବ୍ୟବସାୟୀଙ୍କ ଠାରୁ 11 ଲକ୍ଷ ଟଙ୍କାର ପ୍ଲାଏଉଡ଼ ନେଇଥିଲେ । ଏହି ବାବଦରେ ଅର୍ଦ୍ଧେନ୍ଦୁ ତାଙ୍କୁ 4 ଲକ୍ଷ 40 ହଜାର ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ବାକି ଥିବା 6 ଲକ୍ଷ 60 ହଜାର ଟଙ୍କା ଦେବାକୁ ମନା କରୁଥିଲେ । ଏପରିକି ଟଙ୍କା ମାଗିବା ସମୟରେ ସେ ଓ ତାଙ୍କର ପରିଚାଳକ କୀର୍ତ୍ତି ରାୟ ତାଙ୍କୁ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି ।
ଅଭିଯୋଗ ପରେ ଅର୍ଦ୍ଧେନ୍ଦୁ ଦାସ ଓ କୀର୍ତି ରାୟଙ୍କ ବିରୁଦ୍ଧରେ IPC ର ଧାରା 420, 406 ଓ 506 ଧାରାରେ ମାମଲା ରୁଜୁ କରାଯାଇଛି । ଜୋନ 6ର ACP ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।