କଟକ: କୋରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟ ବ୍ୟାପି ‘ବନ୍ଦେ ଉତ୍କଳ ଜନନୀ’ ଗାନ ପରିପ୍ରେକ୍ଷୀରେ ଓଡିଶା ପୋଲିସ ମୁଖ୍ୟାଳୟରେ ମଧ୍ୟ ଏହାର ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ୭ ଶହରୁ ଉର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀ ପୋଲିସ ମୁଖ୍ୟାଳୟରେ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ଅବଲମ୍ବନ କରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ।
ରାଜ୍ୟ ପୋଲିସର ପାଇପ ବ୍ୟାଣ୍ଡ ଦଳ ମଧ୍ୟ ଏଥିରେ ସାମିଲ ହୋଇ ବ୍ୟାଣ୍ଡ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ସମେତ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପୋଲିସ ଡିଜି କୋରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ