ETV Bharat / city

ରଥଯାତ୍ରା ପାଇଁ ରେଳ ସୁରକ୍ଷା ସମୀକ୍ଷା ବୈଠକ ଡାକିଲେ ଡିଜି

ପୋଲିସ ଡିଜି ସୁନୀଲ ବଂଶଲ ଡାକିଲେ ରାଜ୍ୟ ରେଳ ସୁରକ୍ଷା ସମୀକ୍ଷା ବୈଠକ । ଆଗାମୀ ରଥଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି । ଅଧିକ ପଢନ୍ତୁ

author img

By

Published : May 10, 2022, 8:47 PM IST

ରଥଯାତ୍ରା ପାଇଁ ରେଳ ସୁରକ୍ଷା ସମୀକ୍ଷା ବୈଠକ ଡାକିଲେ ଡିଜି
ରଥଯାତ୍ରା ପାଇଁ ରେଳ ସୁରକ୍ଷା ସମୀକ୍ଷା ବୈଠକ ଡାକିଲେ ଡିଜି

କଟକ: ଆରକ୍ଷୀ ମହାନିର୍ଦ୍ଦେଶକ(ପୋଲିସ ଡିଜି) ସୁନୀଲ ବଂଶଲ ଡାକିଲେ ରାଜ୍ୟ ରେଳ ସୁରକ୍ଷା ସମୀକ୍ଷା ବୈଠକ । ରେଳ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସଂସ୍ଥାଙ୍କ ସହ ଆଲୋଚନା କଲେ ଡିଜି । ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ।

ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନଗୁଡିକ ସହ ସମନ୍ୱୟ ବୈଠକ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ମୁଖ୍ୟାଲୟରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ ଡି.ଜି. ରେଳ ଓ ତଟ ସୁରକ୍ଷା ଡ଼ ସୁଧାଂଶୁ ଷଡ଼ଙ୍ଗୀ, ରେଲୱେ ପ୍ରୋଟୋକଲ ଫୋର୍ସ(RPF) ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ । ରାଜ୍ୟରେ ରେଳ ସୁରକ୍ଷାର ସ୍ଥିତି ଉପରେ ସମୀକ୍ଷା କରିଥିଲେ ପୋଲିସ ।

ଆଗାମୀ ଦିନରେ ସରକାରୀ ରେଲୱେ ପୋଲିସର ଭିତ୍ତିଭୂମିର ଆଧୁନୀକିକରଣ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଓ ଟ୍ରେନରେ ସିସିଟିଭି ସଂଯୋଗ, ମହିଳା ଯାତ୍ରୀମାନଙ୍କ ସୁରକ୍ଷା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଏହି ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲା । ଦୁଇ ବର୍ଷ ପରେ ଏଥର ପୁରୀରେ ରଥଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେଉଥିବା ଯୋଗୁଁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ପୋଲିସ ଡିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ରୀୟ ରେଳ ସୁରକ୍ଷା ବାହିନୀ ତରଫରୁ ଉଚ୍ଚ ପଦସ୍ତ ଅଧକାରୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.