ETV Bharat / city

ରାଜ୍ୟ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପରିଚାଳନା ନେଇ ଡିଜିପିଙ୍କ ବୈଠକ

ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଏନେଇ ରାଜ୍ୟ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ।

author img

By

Published : May 3, 2020, 12:10 AM IST

police dg's review meeting, video conference of police dg, cuttack latest news, home coming migrants management, ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ, ପୋଲିସ ଡିଜିଙ୍କ ଭିଡିଓ କନଫରେନ୍ସରେ ଆଲୋଚନା, କଟକ ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପରିଚାଳନା
ରାଜ୍ୟ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପରିଚାଳନା ନେଇ ପୋଲିସ ଡିଜିଙ୍କ ବୈଠକ

କଟକ: ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଏନେଇ ରାଜ୍ୟ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ । ଶନିବାର ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ପୋଲିସ ଡିଜି ।

ଆନ୍ତଃରାଜ୍ୟ ତନଖି ଫାଟକ ଗୁଡ଼ିକର କିଭଳି ସଠିକ ପରିଚାଳନା କରାଯିବ, ଟ୍ରେନ ପହଞ୍ଚିବାସ୍ଥଳରେ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ସହ ସଠିକ ପରିଚାଳନା ଆଦି ଦିଗ ଉପରେ ଆଲୋଚନା ହୋଇଥିଲା । ଏଥିସହ ପ୍ରବାସୀମାନେ ଜିଲ୍ଲାରେ ପହଞ୍ଚିବା ପରେ ସେଠାରେ କିଭଳି ବ୍ୟବସ୍ଥାର ସଠିକ ପରିଚାଳନା କରାଯିବ ଓ ଗ୍ରାମାଞ୍ଚଳରେ ପ୍ରସ୍ତୁତ କରାଯାଇଥିବା ସଙ୍ଗରୋଧସ୍ଥଳ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବାକୁ ଡିଜି ନିର୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.