କଟକ: କଟକ ସଦର ଅଞ୍ଚଳରୁ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସହର ଥାନା ଅଞ୍ଚଳରେ । ଜାତୀୟ ରାଜପଥରେ ଏକାକୀ ପାଇଲେ ଲୋକଙ୍କୁ ଭୟଭୀତ କରାଇ ସୁନା ଗହଣା, ଟଙ୍କା ଆଦି ଲୁଟ ଭଳି ଅପରାଧ ଘଟାଉଥିଲେ ଏହି ଯୁବକ । ଏହି ୨ ଅଭିଯୁକ୍ତ ମାନେ ହେଉଛନ୍ତି ବିଟୁ ଓ ସାଥି ପ୍ରଶାନ୍ତ ବେହେରା ।
ସୂଚନାନୁସାରେ ଗତ ଅଗଷ୍ଟ ମାସରେ ଜରିପଡା ଅଞ୍ଚଳରୁ ଶାନ୍ତିଲତା ସାହୁ ନାମ ମହିଳା ପରିବା କିଣି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ବୁଟୁ ଓ ତାର ସାଥି ପ୍ରଶାନ୍ତ ଏକ ବାଇକରେ ଆସି ଶାନ୍ତିଲତାଙ୍କ ଠାରୁ ସୁନା ଚେନ ଓ ଟଙ୍କା ଲୁଟି ନେଇଥିଲେ । ଯାହା ଫଳରେ ସ୍ଥାନୀୟ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ ଶାନ୍ତିଲତା ।
ତେବେ ଦୀର୍ଘଦିନ ଧରି ଲୁଟ୍ କରିବା ପରେ ଆଜି (ଶୁକ୍ରବାର) ସଦର ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ସୁନା ଚେନ, 65 ହଜାର ଟଙ୍କା, ମୋବାଇଲ ଫୋନ ଓ ଗାଡି ଜବତ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ