ETV Bharat / city

ସରକାରୀ ହସ୍ପିଟାଲରେ ମିଳିବ ପିସିଭି ଟିକା, ନିମୋନିଆରୁ ବର୍ତ୍ତିବେ ଶିଶୁ - ସରକାରୀ ହସ୍ପିଟାଲରେ ପିସିଭି ଟୀକାକରଣ

ବୁଧବାର ରାଜ୍ୟରେ ଛୋଟ ପିଲାଙ୍କ ପାଇଁ ପିସିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କଟକ ସିଟି ହସ୍ପିଟାଲରେ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି CMC କମିଶନର । ଅଧିକ ପଢନ୍ତୁ...

ସରକାରୀ ହସ୍ପିଟାଲରେ ମିଳିବ ପିସିଭି ଟିକା, ନିମୋନିଆରୁ ବର୍ତ୍ତିବେ ଶିଶୁ

author img

By

Published : Jun 30, 2021, 9:04 PM IST

କଟକ: ଆଜି(ବୁଧବାର) ଠାରୁ ରାଜ୍ୟରେ ନିମୋକୋକାଲ କଞ୍ଜୁଗେଟ ଟୀକାକରଣ ଆରମ୍ଭ ହୋଇଛି । ଏହି ଟିକା ପିଲାମାନଙ୍କୁ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ରକ୍ଷା କରିବ । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ଵାରା ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯିବା ପରେ ଆଜି କଟକ ସିଟି ହସ୍ପିଟାଲରେ ଏହି ଟୀକାକରଣ ଆରମ୍ଭ ହୋଇଛି ।

ସରକାରୀ ହସ୍ପିଟାଲରେ ମିଳିବ ପିସିଭି ଟିକା, ନିମୋନିଆରୁ ବର୍ତ୍ତିବେ ଶିଶୁ

ସିଟି ହସ୍ପିଟାଲରେ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଟୀକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ADMO ଡାକ୍ତର ଉମେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ପିସିଭି ଟୀକାକରଣ ବ୍ୟବସ୍ଥାରେ ରାଜ୍ୟରେ ପ୍ରାୟ 8 ଲକ୍ଷ ପିଲା ଉପକୃତ ହେବେ । ଅନ୍ୟାନ୍ୟ ଟିକା ସହ ଏହି ଟିକା ମଧ୍ୟ ଆଗକୁ ଦିଆଯିବ ।

ପିସିଭି ଟିକା ନିଶ୍ଚିତ ରୂପେ ପିଲାମାନଙ୍କୁ ବାଲ୍ୟ ସମୟରେ ହେଉଥିବା ନିମୋନିଆରୁ ରକ୍ଷା କରିବାରେ ଢେର ସହାୟକ ହେବ । ଏଥିସହ ଏହି ଟିକା ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁଙ୍କୁ ଏଣିକି ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.