ETV Bharat / city

ହାଇକୋର୍ଟରେ ପିପିଲି ଉପନିର୍ବାଚନ ପ୍ରସଙ୍ଗ; ମାମଲାର ଅନ୍ତ ଘଟାଇଲେ କୋର୍ଟ - ପିପିଲି ଉପନିର୍ବାଚନ ପ୍ରସଙ୍ଗ

ପିପିଲି ଉପନିର୍ବାଚନକୁ ନେଇ ହାଇକୋର୍ଟରେ ଦାୟର ମାମଲାରେ ଅଦାଲତ ଶୁଣାଣି କରି ମାମଲାର ଅନ୍ତ ଘଟାଇଛନ୍ତି । ଅଧିକ ପଢନ୍ତୁ...

ହାଇକୋର୍ଟରେ ପିପିଲି ଉପନିର୍ବାଚନ ପ୍ରସଙ୍ଗ
ହାଇକୋର୍ଟରେ ପିପିଲି ଉପନିର୍ବାଚନ ପ୍ରସଙ୍ଗ
author img

By

Published : Apr 21, 2021, 12:18 PM IST

କଟକ: ପିପିଲି ଉପନିର୍ବାଚନକୁ ନେଇ ହାଇକୋର୍ଟରେ ଦାୟର ମାମଲାରେ ଅଦାଲତ ଶୁଣାଣି କରି ମାମଲାର ଅନ୍ତ ଘଟାଇଛନ୍ତି । ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ଏହି ବିଜ୍ଞପ୍ତିକୁ ବିଚାରକୁ ନେଇ ଖଣ୍ଡପୀଠ ଜନସ୍ବାର୍ଥୀ ମାମଲାକୁ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ସମରେନ୍ଦ୍ର ବେଉରାଙ୍କ ପକ୍ଷରୁ ଏକ ଆବେଦନ ଦାୟର କରାଯାଇଥିଲା । ଯେଉଁଥିରେ ସେ ପିପିଲି ବିଧାନସଭା ଆସନ ବହୁ ଦିନ ହେବ ଖାଲି ପଡିଥିଲେ ମଧ୍ୟ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଉ ନାହିଁ କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ । 2020 ଅକ୍ଟୋବର 4ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡିଛି । ଜନ ପ୍ରତିନିଧି ଆଇନ ଅନୁସାରେ କୌଣସି କାରଣରୁ ଆସନ ଖାଲି ପଡିଲେ ୬ ମାସ ଭିତରେ ଉପନିର୍ବାଚନ କରାଇବା କଥା ।

ଅଥଚ ନିର୍ବାଚନ କମିସନ ଏ ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାଁନ୍ତି। ପୂର୍ବରୁ ମଧ୍ୟ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ କରାଯାଇଥିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥର ପିପିଲି ଉପ ନିର୍ବାଚନ କ୍ଷେତ୍ରରେ ସମାନ ଅବସ୍ଥା ଦେଖା ଦେଇଛି। ବାରମ୍ବାର ଉପ ନିର୍ବାଚନ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କ୍ଷେତ୍ର‌ରେ ଏପରି ବିଳମ୍ବ କରାଯାଉଛି। ଏନେଇ ସ୍ବତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଉ। ଏଥି ସହିତ ତୁରନ୍ତ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ବାଚନ କମିସନଙ୍କୁ ନ‌ିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.