ETV Bharat / city

ଗାଙ୍ଗପୁର ଥାନା IIC ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

author img

By

Published : Apr 4, 2022, 4:13 PM IST

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା
CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

କଟକ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଘଟଣାର ସିବିଆଇ ତଦନ୍ତ ସହ ତଦନ୍ତ କରୁଥିବା ଦୁଇ ପୋଲିସ ଅଧିକାରୀଙ୍କ ପାଲିଗ୍ରାଫ ଟେଷ୍ଟ ଦାବିରେ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା।

ହାଇକୋର୍ଟରେ ଦାୟର ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହସଚିବ, କେନ୍ଦ୍ର ସରକାର, ରାଜ୍ୟ ପୋଲିସ ମହାନିର୍ଦେଶକ, ଗଞ୍ଜାମ ଏସପି, ଭଞ୍ଜନଗର ସିଡିପିଓ ଓ ଭଞ୍ଜନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି l

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.