ETV Bharat / city

ପୁରୀ ରଥଯାତ୍ରାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : May 5, 2020, 8:07 PM IST

ରଥଯାତ୍ରା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଜୁନ ୨୨ ସୁଦ୍ଧା ରଥ କାମ ଶେଷ କରିବା ସହ ଜୁନ ୨୩ରେ ରଥଯାତ୍ରା କରିବାକୁ ଆବେଦନକାରୀ ଏଥିରେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

pil-filed-in-high-court-for-ratha-yatra
ପୁରୀ ରଥଯାତ୍ରାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ରଥଯାତ୍ରା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାରେ ଆଇନ ମନ୍ତ୍ରୀ, ଆଇନ ସଚିବ, ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜୁନ ୨୨ ସୁଦ୍ଧା ରଥ କାମ ଶେଷ କରିବା ସହ ଜୁନ ୨୩ରେ ରଥଯାତ୍ରା କରିବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି ।

ସେବକ, ସ୍ଥାନୀୟ ପୋଲିସଙ୍କୁ କୋରୋନା ପରୀକ୍ଷା କରି ରଥଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି । ଅକ୍ଷୟ ତୃତୀୟାରୁ ଆଜ୍ଞାମାଳ ଆଣି ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ବିଧି ରହିଥିଲା ବେଳେ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଆବେଦନକାରୀ ଓକିଲ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.