କଟକ: ହାଇକୋର୍ଟରେ ପହଞ୍ଚିଲା ଦୁଷ୍ମନ୍ତ ଆତ୍ମହତ୍ୟା ମାମଲା । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି କିମ୍ବା କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ଆବେଦନ କରିଛନ୍ତି ଆଇନଜୀବୀ ପଦ୍ମାଳୟା ମହାପାତ୍ର । ଚିକିତ୍ସା ଅବହେଳା ଓ ଆତ୍ମହତ୍ୟା ଉଦ୍ୟମ ଘଟଣାର ପରବର୍ତ୍ତୀ ତଦନ୍ତ ପାଇଁ ସେ ନିବେଦନ କରିଛନ୍ତି ।
ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର, କମିଶନରେଟ ପୋଲିସ ଓ ଏସସିବି ଅଧିକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଏର ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ ରାତି ଅଧିଆ କାହିଁକି ଜଗତସିଂପୁର ପରିବର୍ତ୍ତେ ପୁରୀରେ ମୃତଦେହ ବ୍ୟବଚ୍ଛେଦ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ