ETV Bharat / city

ପେପ୍ସି କମ୍ପାନୀରେ ଶ୍ରମିକଙ୍କ ଆନ୍ଦୋଳନ

author img

By

Published : Mar 15, 2021, 5:55 PM IST

ଜଗତପୁର ଶିଳ୍ପାଞ୍ଚଳରେ ଶ୍ରମିକଙ୍କ ଆନ୍ଦୋଳନ । ପେପ୍ସି କମ୍ପାନୀରେ ଫାଟକ ସମ୍ମୁଖରେ ଧାରଣା ଦେଲେ ଶ୍ରମିକ । ଅଧିକ ପଢନ୍ତୁ...

Pepsi Company Workers Go On Strike In Cuttack's Jagatpur
ପେପ୍ସି କମ୍ପାନୀରେ ଶ୍ରମିକଙ୍କ ଆନ୍ଦୋଳନ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ପେପ୍ସି କମ୍ପାନୀରେ ଶ୍ରମିକ ଅସନ୍ତୋଷ ଦେଖାଦେଇଛି । ଵରୁଣ ଵେଭ୍ରେଜ ଦ୍ବାରା ପରିଚାଳିତ ଏହି ପେପ୍ସି ଵଟଲିଂ ପ୍ଲାଣ୍ଟର ପରିଚାଳନା କମିଟିର ମନମୁଖୀ କାର୍ଯ୍ୟକୁ ଵିରୋଧ କରି ଶତାଧିକ ଶ୍ରମିକ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ୨୦ରୁ ୩୦ଵର୍ଷ ଧରି ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ କୌଣସି ନୋଟିସ ନଦେଇ କମ୍ପାନୀ ଛଟେଇ କରିବା ଆରମ୍ଭ କରିଛି ।

ପେପ୍ସି କମ୍ପାନୀରେ ଶ୍ରମିକଙ୍କ ଆନ୍ଦୋଳନ

ଏହାସହ କମ୍ପାନୀ ଶ୍ରମିକଙ୍କର ଵକେୟା ପାଉଣା ମଧ୍ୟ ଦେଉ ନଥିବା ଅଭିଯୋଗ ହୋଇଛି । ପ୍ରାୟ ପାଞ୍ଚ ଵର୍ଷର ଵୋନସ ଟଙ୍କା କମ୍ପାନୀ ଏଯାଏ ଦେଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେପଟେ ଏସଵୁ ଅଭିଯୋଗ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.