ETV Bharat / city

ମହଙ୍ଗା ପଡିଲା ପାଗଳ ବେଶରେ ଗାଡି ଚୋରି ଉଦ୍ୟମ, ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ସ୍ଥାନୀୟ ବାସିନ୍ଦା

author img

By

Published : Sep 28, 2021, 8:34 PM IST

ମହଙ୍ଗା ପଡିଲା ପାଗଳ ବେଶରେ ଆସି ଗାଡି ଚୋରି ଉଦ୍ୟମ । କାବୁ କରିବା ସହ ନିସ୍ତୁକ ମାଡ ମାରି ପୋଲିସ ଜିମା ଦେଲେ ସ୍ଥାନୀୟ ବାସିନ୍ଦା । cctvରେ କଏଦ ହେଲା ଅଭିଯୁକ୍ତର କାରନାମା । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା ପାଗଳ ବେଶରେ ଗାଡି ଚୋରି ଉଦ୍ୟମ, ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ସ୍ଥାନୀୟ ବାସିନ୍ଦା
ମହଙ୍ଗା ପଡିଲା ପାଗଳ ବେଶରେ ଗାଡି ଚୋରି ଉଦ୍ୟମ, ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ସ୍ଥାନୀୟ ବାସିନ୍ଦା

କଟକ: ପାଗଳ ଅଭିନୟ କରି ଗାଡି ଚୋରି ଉଦ୍ୟମ କରିବା ଜଣେ ଦୁର୍ବୃତ୍ତକୁ ମହଙ୍ଗା ପଡିଛି । ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ଘଟିଛି କଟକ ନିଶ୍ଚିନ୍ତକୋଇଲି କଲେଜ ଛକ ରୋଡ଼ ନିକଟରେ । ତେବେ ସମସ୍ତ ଘଟଣା CCTVରେ କଏଦ ହୋଇଛି ।

ସୂଚନାନୁଯାୟୀ ଗତକାଲି ମଧ୍ୟରାତ୍ରରେ କଲେଜ ଛକ ନିକଟରେ ଜଣେ ଦୁର୍ବୃତ୍ତ ଲୋକଙ୍କ ସନ୍ଦେହ ଏଡାଇବା ପାଇଁ ପାଗଳ ବେଶରେ ଆସି ପାର୍କିଂ ହୋଇଥିବା ବୋଲେରୋ ଗାଡି ନିକଟରେ ପହଞ୍ଚିଥିଲା । ପରେ ସୁଯୋଗ ଦେଖି ପାର୍କିଂରେ ଥିବା ୩ଟି ବୋଲେରୋ ଗାଡିର ଡୋର ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିଲା। ତେବେ ଶବ୍ଦ ଶୁଣି ମାଲିକ ଉଠି ପଡିବା ପରେ ଦୁର୍ବୃତ୍ତ ଦୌଡି ପଳାଇ ଖସି ଯିବାକୁ ଚେଷ୍ଟା କରିଥିଲା। ମାଲିକଙ୍କ ପାଟି ଶୁଣି ପଡୋଶୀମାନେ ଉଠି ପଡିବା ସହ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ନିସ୍ତୁକ ମାଡ ସହ ଅଭିଯୁକ୍ତକୁ ପୋଲିସ ଜିମା ଦିଆଯାଇଛି । ତେବେ ଏସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଯାଇଛି । ଏପରି ଅଭିନବ ଉପାୟରେ ଚୋରି ଉଦ୍ୟମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.