ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି କ୍ରମରେ ନିରଞ୍ଜନ ୭ଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି । ଏନେଇ ନିରଞ୍ଜନ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି । ନିରଞ୍ଜନ କହିଛନ୍ତି ଯେ " ମୁଁ ଅତୀତରେ ପଢ଼ିଥିବା ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟଗୁଡିକୁ ସରକାରଙ୍କ ବିଧି ବ୍ୟବସ୍ଥା ମୁତାବକ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଅଛି । ଏ ବିଦ୍ୟାଳୟ ଗୁଡିକ ପ୍ରତି ମୋର ଭାବଗତ ସମ୍ପର୍କ ଓ କର୍ତ୍ତବ୍ୟ ପାଳନ ନିତାନ୍ତ ଆବଶ୍ୟକତା ଉପଲବ୍ଧି କରି ଖୁବଶୀଘ୍ର ମୋତେ ସେବାର ସୁଯୋଗ ପ୍ରଦାନ ଲାଗି ଆପଣଙ୍କୁ ଅବଗତ କରୁଅଛି । ଏ ଦିଗରେ ଆପଣଙ୍କର ତ୍ବରିତ ପଦକ୍ଷେପ ଏକାନ୍ତ କାମ୍ୟ ।
୧. ମଡେଲ ସ୍କୁଲ, ଆନନ୍ଦପୁର, ଜିଲ୍ଲା-କେନ୍ଦୁଝର
୨.ମୋଚିବନ୍ଧ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଝରଗଡ, ଜିଲ୍ଲା-କେନ୍ଦୁଝର
୩. ତେଲକୋଇ ପ୍ରାଥମିକ ବିଦ୍ୟାଳୟ, ତେଲକୋଇ, ଜିଲ୍ଲା-କେନ୍ଦୁଝର
୪. ବି.ଏନ୍. ସରକାରୀ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର, ଜିଲ୍ଲା-କେନ୍ଦୁଝର
୬. ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜ, ଜିଲ୍ଲା-ମୟୂରଭଞ୍ଜ
୭. ବାଙ୍ଗିରିପୋଷି ମଧ୍ୟ ଇଂରାଜୀ ବିଦ୍ୟାଳୟ, ଜିଲ୍ଲା-ମୟୂରଭଞ୍ଜ(ଯାହା ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଛି)
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ