କଟକ: କୋରୋନା ସଙ୍କଟରେ ବେଲଗାମ ଆଳୁ ଦର । ଧନୀ ହେଉ କି ଗରିବ ସମସ୍ତଙ୍କୁ କୋରୋନା ଛାଟ ପଡିଛି । ଏପରି ସ୍ଥିତିରେ ମହଙ୍ଗା ମାଡ ଖାଉଟିଙ୍କ ଚିନ୍ତା ବଢାଇଛି । ସହରର ବିଭିନ୍ନ ଖୁଚୁରା ବ୍ୟବସାୟୀ କେନ୍ଦ୍ରରେ ଆଳୁ କିଲୋ ପ୍ରତି 30 ଟଙ୍କା ବିକ୍ରି କରାଯାଉଛି । ଛତ୍ର ବଜାର ହୋଲସେଲ ମାର୍କେଟରେ ବ୍ୟବସାୟୀମାନଙ୍କୁ କେଜି ପ୍ରତି 26ରୁ 27ଟଙ୍କାରେ କିଣିବାକୁ ପଡୁଛି ।
ସାଧାରଣତଃ ଆଳୁ ପାଇଁ ଆମକୁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡେ । ହେଲେ ଚଳିତ ବର୍ଷ ସେଠାରେ ସାମୁଦ୍ରିକ ଝଡ ଅଫାନ ବ୍ୟାପିକ କ୍ଷତି କରିବା ସହ କୋରୋନା ପାଇଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଆଳୁ ଆମଦାନୀରେ ମଧ୍ୟରେ ସଠିକ ଢଙ୍ଗରେ ହୋଇପାରୁନାହିଁ । ତେଣୁ ଆଳୁ ଦର ବଢିବା ସ୍ବାଭାବିକ ବୋଲି ବ୍ୟବସାୟୀ କହୁଛନ୍ତି ।
![କୋରୋନା ସଙ୍କଟରେ ବେଲଗାମ ଆଳୁ ଦର](https://etvbharatimages.akamaized.net/etvbharat/prod-images/8202623__thumbnile.bmp)
ଆଗମୀ ଦିନରେ ଯଦି ସ୍ଥିତି ଭଲ ହୁଏ ତେବେ ଦର କମିବା ନେଇ ଯଥେଷ୍ଟ ସମ୍ଭାବନା ରହିଥିବା କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘର ସଭାପତି ଦେବେନ୍ଦ୍ର ସାହୁ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ