ETV Bharat / city

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ - cremation of prakash rao

ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆ ବୁଦା ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ।ବ୍ରେନ ଷ୍ଟ୍ରୋକ ଯୋଗୁଁ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା ।

ପଞ୍ଚ ଭୁତରେ ବିଲୀନ ହେଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ

author img

By

Published : Jan 14, 2021, 12:06 PM IST

Updated : Jan 14, 2021, 12:21 PM IST

କଟକ: ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆ ବୁଦା ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ମୁଖାଗ୍ନୀ ଦେଇଛନ୍ତି ସ୍ବର୍ଗତ ପ୍ରକାଶ ରାଓଙ୍କ ଝିଅ । ସବୁ ଦିନ ପାଇଁ ଡି. ପ୍ରକାଶ ରାଓଙ୍କର ସେହି ହସ ହସ ଚେହେରା ଲଭିଗଲା । ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ । ବ୍ରେନ ଷ୍ଟ୍ରୋକ ଯୋଗୁଁ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା ।

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ

ପଦ୍ମଶ୍ରୀ ପ୍ରକାଶଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ରାଜ୍ୟପାଳ ଗଣେଶୀ ଲାଲ । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ ରାଓଙ୍କ ମୃତ୍ୟୁରେ ମର୍ମାହତ ହେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମାଜସେବୀ ପଦ୍ମଶ୍ରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଗତ ଡିସେମ୍ବର 25 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ପ୍ରକାଶ ରାଓ । ଏହାସହ ସେ କିଡନୀ ଜନିତ ରୋଗରେ ମଧ୍ୟରେ ପୀଡିତ ଥିଲେ ।

1958 ମସିହା ନଭେମ୍ବର 11 ତାରିଖରେ ମହାନ ସମାଜସେବୀ ଡି ପ୍ରକାଶ ରାଓଙ୍କ ଜନ୍ମ । ପେଶାରେ ସେ ଜଣେ ଚା' ବିକାଳି । କଟକ ବକ୍ସି ବଜାରରେ ରହିଛି ତାଙ୍କ ଚା' ଦୋକାନ । ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ପ୍ରକାଶଙ୍କ ପରିବାର । ପୂର୍ବରୁ ସେ କଟକର ଏକ ଖବରକାଗଜ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେଠାରୁ ଚାକିରି ହରାଇବା ପରେ ସେ ନିଜର ଏକ ଚା' ଦୋକାନ ଆରମ୍ଭ କରିଥିଲେ ।

ପେଶାରେ ଜଣେ ଚା' ବିକାଳି ହେଲେ ମଧ୍ୟ ଡି ପ୍ରକାଶ ରାଓ ସମାଜସେବା ପାଇଁ ଦେଶ ବିଦେଶରେ ଖୁବ ପରିଚିତ । ଧନୀରୁ ଗରିବ ହେଲେ ବି ମନରୁ ଥିଲେ ସେ ଧନୀ । ପ୍ରକାଶ ରାଓ ନିଜସ୍ବ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲଟିଏ ପ୍ରତିଷ୍ଠା କରିଥିଲେ । ଯାହାର ନାଁ ରଖିଥିଲେ 'ଆଶା ଓ ଆଶ୍ବାସନା ଗୃହ '। ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢା ଖର୍ଚ୍ଚ ବହନ କରୁଥିଲେ ପ୍ରକାଶ । ଏଭଳି ମହାନ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ସମ୍ମାନିତ କରିଥିଲେ ।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି କଟକରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ସାକ୍ଷାତ କରିଥିଲେ ଏବଂ ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପଦ୍ମଶ୍ରୀଙ୍କ ସମାଜସେବା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 14, 2021, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.