ETV Bharat / city

ଦୀପ ଜାଳି ନିର୍ଭୟା ନ୍ୟାୟ ଦିବସ ପାଳିଲେ ମହିଳା - ନିର୍ଭୟା ନ୍ୟାୟ ଦିବସ ପାଳିଲେ ମହିଳା

ବହୁଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଆଜିର ଦିନରେ ଫାଶୀଖୁଣ୍ଟରେ ଝୁଲିଥିଲେ ଅଭିଯୁକ୍ତ ନରପିଶାଚ । ଏହି ଦିନଟିକୁ ନିର୍ଭୟା ନ୍ୟାୟ ଦିବସ ରୂପେ ପାଳନ କରି ମିଠା ବାଣ୍ଟିଲେ ମହିଳା । ଅଧିକ ପଢନ୍ତୁ...

ଦୀପ ଜାଳି ନିର୍ଭୟା ନ୍ୟାୟ ଦିବସ ପାଳିଲେ ମହିଳା

author img

By

Published : Mar 20, 2021, 9:59 PM IST

କଟକ: ବହୁଚର୍ଚ୍ଚିତ ନିର୍ଭୟା ହତ୍ୟାକାଣ୍ଡର ଆଜି ହେଉଛି ନ୍ୟାୟ ଦିବସ । ଆଜିର ଦିନରେ ନୃଶଂସ ଭାବରେ ନିର୍ଭୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସେହି 4 ନରପିଶାଚଙ୍କୁ ଦିଆଯାଇଥିଲା ଫାଶୀ । ଏହି ଦିନକୁ ନ୍ୟାୟ ଦିବସ ରୂପେ ପାଳନ କରି ଖୁସିରେ ମନ୍ଦିରରେ ଦୀପ ଜାଳି ମହିଳାଙ୍କୁ ମିଷ୍ଟାନ୍ନ ବାଣ୍ଟିଛନ୍ତି ଅନ୍ୟ ମହିଳାମାନେ । ସିଲଭର ସିଟି କଟକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ଦୀପ ଜାଳି ନିର୍ଭୟା ନ୍ୟାୟ ଦିବସ ପାଳିଲେ ମହିଳା
ଶନିବାର କଟକରେ ଅନେକ ମହିଳା ଏକାଠି ହୋଇ ମନ୍ଦିରରେ ଦୀପ ଦାନ କରିଛନ୍ତି । ନିର୍ଭୟା ଭଳି ଆଉ ଯେପରି କୌଣସି ଯୁବତୀ ଓ ମହିଳା ଏଭଳି ଦୁର୍ଦ୍ଦିନ ନ ଦେଖନ୍ତୁ ସେଥିପାଇଁ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ସମ୍ପୃକ୍ତ ମହିଳା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.