କଟକ : ଆସନ୍ତା 10 ତାରିଖରୁ କେବଳ ଭିସିରେ ଚାଲିବ ହାଇକୋର୍ଟ କାର୍ଯ୍ୟ । ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାରେ ଚାଲିବ ହାଇକୋର୍ଟ । ଖାଲି ସେତିକି ନୁହେଁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ କାର୍ଯ୍ୟାଳୟ । ରୋଷ୍ଟର ଭିତ୍ତିରେ କାମ କରିବେ କର୍ମଚାରୀ ।
ଇ-ଫାଇଲିଂ ପୋଟାଲରେ ଗ୍ରହଣ ହେବ ସମସ୍ତ ମାମଲା । ଏହି କ୍ରମରେ ସାଢେ ୧୦ଟାରୁ ଅପରାହ୍ନ ଦୁଇଟା ମଧ୍ୟରେ ଡ୍ରପ୍ ବକ୍ସରେ ମଧ୍ୟ ଆବେଦନ କରି ହେବ । ରାଜ୍ୟରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନେଇ ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ