ETV Bharat / city

ଆନ୍ଦୋଳନରୁ ଓହରିଲେ ଆଇନଜୀବୀ; 4 ତାରିଖରୁ ଆସିବେ କୋର୍ଟ

author img

By

Published : Nov 1, 2019, 4:01 PM IST

ଆନ୍ଦୋଳନରୁ ଓହରିଲେ ଆଇନଜୀବୀ । ଆଜି ହାଇକୋର୍ଟ ବାର ପରିସରରେ ଆଇନଜୀବୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା 4 ତାରିଖ ଅର୍ଥାତ ସୋମବାରରୁ ଏମାନେ କୋର୍ଟ କାର୍ଯ୍ୟରେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି ।

ଡିଜାଇନ ଫଟୋ

କଟକ: ଆନ୍ଦୋଳନରୁ ଓହରିଲେ ଆଇନଜୀବୀ । ଆଜି(ଶୁକ୍ରବାର) ହାଇକୋର୍ଟ ବାର ପରିସରରେ ଆଇନଜୀବୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ବାର କାଉନସିଲ ଅଫ ଇଣ୍ଡିଆର ଅନୁରୋଧକ୍ରମେ ଆନ୍ଦୋଳନରୁ ଓହରି ଥିବା ହାଇକୋର୍ଟ ବାର ସଭାପତି ସୂଚନା ଦେଇଛନ୍ତି ।

ଆନ୍ଦୋଳନରୁ ଓହରିଲେ ଆଇନଜୀବୀ; 4 ତାରିଖରୁ ଆସିବେ କୋର୍ଟ

ଆସନ୍ତା ସୋମବାରରୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି ନିଷ୍ପତ୍ତି ହୋଇଛି । ତେବେ କଲେଜିୟମ ବ୍ୟବସ୍ଥାକୁ ବିରୋଧ ଜାରି ରହିବ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି ।

କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ଓ ହାଇକୋର୍ଟ ବାର ସଭାପତିଙ୍କୁ ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ ।

ତେବେ ଆସନ୍ତା ନଭେମ୍ବର 8 ତାରିଖରେ ସୁପ୍ରିମକୋର୍ଟ ନିକଟରେ ହାଇକୋର୍ଟ ବାର ସଭାପତି ବ୍ୟକ୍ତିଗତ ଭାବେ ହାଜର ହୋଇ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ନେଇ ଅବଗତ କରାଇବେ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆନ୍ଦୋଳନରୁ ଓହରିଲେ ଆଇନଜୀବୀ।ଆଜି ହାଇକୋର୍ଟ ବାର ପରିସରରେ ଆଇନଜୀବୀ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଓ ବାର କାଉନସିଲ ଅଫ ଇଣ୍ଡିଆ ର ଅନୁରୋଧ କ୍ରମେ ଆନ୍ଦୋଳନରୁ ଓହରି ଥିବା ହାଇକୋର୍ଟ ବାର ସଭାପତି ସୂଚନା ଦେଇଛନ୍ତି।ଆସନ୍ତା ସୋମବାର ଦିନ ଠାରୁ ଆଇନଜୀବୀ ମାନେ କୋର୍ଟକାର୍ଯ୍ୟ ରେ ଯୋଗ ଦେବେ ।ଫଳରେ ସୋମବାର ଦିନ ଠାରୁ ସ୍ବଭାବିକ ହେବ କୋର୍ଟ କାର୍ଯ୍ୟ।
ତେବେ କଲେଜିଅମ ବ୍ୟବସ୍ଥା କୁ ବିରୋଧ ଜାରି ରହିବ ବୋଲି ହାଇକୋର୍ଟ ବାର ସଭାପତି ସୂଚନା ଦେଇଛନ୍ତି।
କଲେଜିୟମ ବ୍ୟବସ୍ଥାକୁ ବିରୋଧକରି ଆଇନଜୀବୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।ଏନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ।ଏପରିକି ଷ୍ଟେଟ ବାର କାଉନସିଲ ଓ ହାଇକୋର୍ଟ ବାର ସଭାପତି ଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।
ସବୁଠାରୁ ବଡ଼ କଥା ହେଉଛି ଏଣିକି ଆନ୍ଦୋଳନ କରିବା ପୂର୍ବରୁ ପ୍ରଥମେ ହାଇକୋର୍ଟ ମୁଖ୍ୟ ବିଚାରପତି ,ବାରକାଉନସିଲ ଙ୍କୁ ଜଣାଇବାକୁ ପଡିବ।ତେବେ ଆସନ୍ତା ନଭେମ୍ବର ୮ ତାରିଖରେ ସୁପ୍ରିମକୋର୍ଟ ନିକଟରେ ହାଇକୋର୍ଟ ବାର ସଭାପତି ବ୍ୟକ୍ତିଗତ ଭାବେ ହାଜର ହୋଇ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ନେଇ ଅବଗତ କରାଇବେ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି ।

ବାଇଟ - ଗୋପାଳକୃଷ୍ଣ ମହାନ୍ତି ,ହାଇକୋର୍ଟ ବାର ସଭାପତି

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.