ETV Bharat / city

କ୍ରାକ୍ ଟିମ ଗଠନ କଲେ ହାଇକୋର୍ଟ, ସରକାରୀ ମେଡିକାଲକୁ ହେବ ଅଚାନକ ଗସ୍ତ - Odisha HighCourt

ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, CHC ଓ PHC ରେ ଡାକ୍ତର , ପାରା ମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ଔଷଧର ଘୋର ଅଭାବ ରହିଛି । ଏହା ସହ ରୋଗୀଙ୍କୁ ମଧ୍ୟ ମୌଳିକ ସୁବିଧା ମିଳୁନାହିଁ। ଏନେଇ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଅଧିକ ପଢନ୍ତୁ

v
v
author img

By

Published : May 21, 2022, 9:20 PM IST

କଟକ: ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, CHC ଓ PHC ରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ଔଷଧର ଘୋର ଅଭାବ ରହିଛି । ଏହା ସହ ରୋଗୀଙ୍କୁ ମଧ୍ୟ ମୌଳିକ ସୁବିଧା ମିଳୁନାହିଁ। ଏନେଇ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା ।

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗତ ନଭେମ୍ବର ମାସରେ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏକ କ୍ରାକ୍ ଟିମ ଗଠନ କରି ବିଭିନ୍ନ ସରକାରୀ ମେଡିକାଲ ଅଚାନକ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯେଉଁ ମେଡିକାଲରେ ଏହି ବ୍ୟବସ୍ଥାରେ ସୁଧାର ଆସିନଥିବ ସେମାନଙ୍କୁ ନୋଟିସ ଜାରି କରାଯିବ।

ନୋଟିସ ପରେ DH, CHC ଓ PHC ରେ ଥିବା ଅଭାବ ଉପରେ କାମ ନହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୩୧ ସୁଦ୍ଧା ଏନେଇ ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.