କଟକ: ଆସନ୍ତାକାଲି (ଶୁକ୍ରବାର) ରାଜ୍ୟ କଂଗ୍ରେସର ବନ୍ଦ ଡାକରା ପ୍ରସଙ୍ଗ । ବନ୍ଦକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ରାଜନୈତିକ ଦଳ ବନ୍ଦ ନୁହେଁ ହରତାଳ କରିପାରିବେ କହିଲେ କୋର୍ଟ ।
ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ଜଣେ ବ୍ୟବସାୟୀ । କୌଣସି ଲୋକଙ୍କୁ ଜବରଦସ୍ତି ବନ୍ଦ କିମ୍ବା ଅଟକ ରଖାଯାଇ ପାରିବ ନାହିଁ । କୌଣସି ଗାଡିକୁ ଅଟକ ରଖାଯାଇ ପାରିବ ନାହିଁ ।
ହାଇକୋର୍ଟ କହିଛନ୍ତି ଗଣତାନ୍ତ୍ରୀକ ଭାବେ ଶାନ୍ତିପୂର୍ଣ ଆନ୍ଦୋଳନ, ଧର୍ମଘଟ, ଧାରଣ କରିପାରିବେ । ଯଦି କେହି ନିୟମ ଉଲଂଘନ କରି ଆନ୍ଦୋଳନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି କୌଣସି ରାଜନୈତିକ ଦଳ, ସଂଗଠନ କାହାକୁ କୌଣସି ସ୍ଥିତିରେ ଜବରଦସ୍ତି ଅଟକ ରଖିପାରିବେ ନାହିଁ । କୌଣସି ଯାନବାହାନକୁ ମଧ୍ୟ ଅଟକ ରଖିବା ବେଆଇନ ।
ଆଜିର ଏହି ଶୁଣାଣି ବେଳେ ଭିସି ଯୋଗେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ ଉପସ୍ଥିତ ଥିଲେ । ସେହିପରି ପୋଲିସ ମହାନିର୍ଦ୍ଦେଶକ, ଆଡଭକେଟ ଜେନେରାଲ ଶୁଣାଣିରେ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟଯେ ରାଜ୍ୟ କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟରେ ବ୍ୟବସାୟୀ ନରେଶ ଚନ୍ଦ୍ର ମିଶ୍ର ଏକ ମାମଲା ଦାଏର କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି ସୌମ୍ୟ ରଞ୍ଜନ ମହାନ୍ତି ମାମଲାର ପରିଚାଳନା କରୁଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ