ETV Bharat / city

ବଢୁଛି ତେଲ ଦର, ଅନଲାଇନ ଖାଦ୍ୟ ଡେଲିଭରି ବୟଙ୍କ ଆଖିରେ ଲୁହ - rising oil prices affected Online food delivery

ବର୍ଦ୍ଧିତ ତୈଳ ଦର ସ୍ୱିଗି ଓ ଜୋମାଟୋ ଭଳି ଅନଲାଇନ ଖାଦ୍ୟ ଯୋଗାଣକାରୀ ସଂସ୍ଥାରେ କାମ କରୁଥିବା ଡେଲିଭରି ବୟଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଏମିତିକି ଆଗକୁ ଅନଲାଇନ୍ ଖାଦ୍ୟ ଡେଲିଭରି ପୂରା ବନ୍ଦ ହେବାର ସମ୍ଭାବନା ବଢିଛି । ଅଧିକ ପଢନ୍ତୁ...

Online food delivery workers affected by rising oil prices
ତୈଳ ଦର ବୃଦ୍ଧିରେ ପ୍ରଭାବିତ ଅନଲାଇନ ଖାଦ୍ୟ ଡେଲିଭରି କର୍ମଚାରୀ
author img

By

Published : Mar 11, 2021, 8:11 PM IST

କଟକ: ବର୍ଦ୍ଧିତ ତୈଳ ଦର ନେଇ ବଢୁଛି ଚିନ୍ତା । ସବୁ ବର୍ଗର ଲୋକଙ୍କ ମଧ୍ୟରେ ଏହି ଅସୁବିଧା ସ୍ୱତଃ ବାରି ହୋଇ ପଡୁଛି । ଏହାରି ଭିତରେ ନିଜର ଜୀବିକାକୁ ନେଇ ଦ୍ଵନ୍ଦ୍ବରେ ପଡିଛନ୍ତି ଅନଲାଇନ ଖାଦ୍ୟ ଅର୍ଡର କରୁଥିବା ଲୋକେ । ସ୍ୱିଗି ଓ ଜୋମାଟୋ ଭଳି ଅନଲାଇନ ଖାଦ୍ୟ ଯୋଗାଣକାରୀ ସଂସ୍ଥାରେ କାମ କରିବା ପରେ ଏବେ ନିଜ ଚାକରିକୁ ନେଇ ବଢ଼ିଛି ଚିନ୍ତା । କାରଣ ତେଲ ରେଟ ଏବେ ଲିଟର ପିଛା 92 ରୁ 93 ଟଙ୍କା ମଧ୍ୟରେ ରହିଛି । ଅର୍ଡର ଅନୁସାରେ ଟଙ୍କା ପାଉଥିବା ଏହି କର୍ମଚାରୀଙ୍କ ମୁଣ୍ଡରେ ଏବେ ପଡିଚି ଚଡକ ।

ତୈଳ ଦର ବୃଦ୍ଧିରେ ପ୍ରଭାବିତ ଅନଲାଇନ ଖାଦ୍ୟ ଡେଲିଭରି କର୍ମଚାରୀ
ବୋଝ ଉପରେ ନଳିତା ବିଡା ପରି ଏବେ ତେଲ ଦର ବୃଦ୍ଧି ଅନଲାଇନ ଖାଦ୍ୟ ଡେଲିଭରି ବୟଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଅର୍ଡର ଅନୁସାରେ ମିଳିଥାଏ ଟଙ୍କା ହେଲେ, ତୈଳ ଦର ଯେତିକି ବଢୁଛି ତାହା ସେମାନଙ୍କ ରୋଜଗାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ପରିବାର ପୋଷଣ କିପରି ହେବ ଓ ସହର ମଧ୍ୟରେ ଘର ଭଡାରେ କିପରି ରହିବେ ବୋଲି ପ୍ରଶ୍ନ କରିଛନ୍ତି ଅନଲାଇନ ଡେଲିଭରି ବୟ । ବାଉନ ବଜାର ତେପନ ଗଳିରେ ଅର୍ଡର ଅନୁସାରେ ଦିନକୁ 100 କିମିରୁ ଉର୍ଦ୍ଧ୍ବ ଗାଡି ଚଳାଚଳ ହୋଇଥାଏ । ହେଲେ କିଲୋମିଟର ଅନୁସାରେ ମିଳିଥାଏ ଟଙ୍କା । ଯାହା ବର୍ତ୍ତମାନ ଅନଲାଇନ ଡେଲିଭରି ବୟଙ୍କ ମୁଣ୍ଡ ବିନ୍ଧାର ପ୍ରମୁଖ କାରଣ ସାଜିଛି । ଅନ୍ୟପଟେ ଯେଉଁମାନେ ଅନଲାଇନ ଖାଦ୍ୟକୁ ବେଶୀ ପସନ୍ଦ କରିଥାଆନ୍ତି ସେମାନେ ମଧ୍ୟ ଏବେ ବିଳମ୍ବରେ ଅର୍ଡର ପାଉଛନ୍ତି । ଏମିତକି ଅନେକ ଅର୍ଡର ମଧ୍ୟ କ୍ୟାନସେଲ୍ ହେବାର ଦୃଶ୍ୟ ସମ୍ନାକୁ ଆସୁଛି । କାରଣ ତେଲ ଦର ଯେପରି ହୁ ହୁ ହୋଇ ବଢୁଛି ଏହାରି ଭିତରେ ଅନଲାଇନ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ନିଜେ ଅନେକ ଅସୁବିଧାର ସମ୍ନା କରୁଥିବାର ହୃଦୟଙ୍ଗମ କରିଛନ୍ତି ଖାଉଟି । ନିଯୁକ୍ତି ଆଶାରେ ଅନଲାଇନ ଡେଲିଭରି ବୟ ସାଜିଥିବା ଏହି ଯୁବକ ମାନେ ଏବେ ହୋଇଛନ୍ତି ନିରାଶ । ପୂର୍ବରୁ ଯେତିକି କର୍ମଚାରୀ ଅନଲାଇନ ଖାଦ୍ୟ ଯୋଗାଣରେ ରହିଥିଲେ ତାହା ଏବେ ସମ୍ପୂର୍ଣ୍ଣ ରୂପରେ ସଙ୍କୁଚିତ ହୋଇଛି । ଯାହାର କାରଣ କେବଳ ବର୍ଦ୍ଧିତ ତୈଳ ଦର । ଯଦି ଆଗମୀ ଦିନରେ ଏହି ସ୍ଥିତି ଜାରି ରହେ ତେବେ ଅନଲାଇନ ଖାଦ୍ୟ ଯୋଗାଣ ସ୍ୱପ୍ନ ହେବାର ମଧ୍ୟ ସମ୍ଭାବନା ରହିଛି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.