କଟକ: ଶୀତଦିନ ଆସିଲେ ଗ୍ରାହକଙ୍କ ମନରେ ଆଶାଥାଏ କି ପନିପରିବା ଦର ହ୍ରାସ ପାଇବ । ହେଲେ ଗତବର୍ଷଠୁ ଦେଖିବାକୁ ମିଳୁଛି ଯେ, ଶୀତଦିନ ଆସିଲେ ବଜାରେ ଆଳୁ ଏବଂ ପିଆଜ ଦର ଆକାଶଛୁଆଁ ପହଞ୍ଚୁଛି । ଯାହା ଗ୍ରାହକଙ୍କ ଚିନ୍ତାର କାରଣ ପାଲଟୁଛି ।
ତେବେ ଗତ କିଛିଦିନ ହେବ ପିଆଜ 100ରେ ପହଞ୍ଚି ଥିବାବେଳେ ଆଜି(ଗୁରୁବାର) ଦର ସାମାନ୍ୟ ହ୍ରାସ ପାଇଛି । ହେଲେ ଏବେ ଲୋକଙ୍କୁ ଆଳୁଦର କନ୍ଦାଉଛି । ପୂର୍ବରୁ ଆଳୁ କିଲୋ ପ୍ରତି 30 ରୁ 32 ଟଙ୍କାରେ ବିକ୍ରି ହେଉ ଥିବାବେଳେ ଏବେ 40 ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ତେବେ ବର୍ତ୍ତମାନ ଆଳୁ ହୋଲସେଲରେ କିଲୋପ୍ରତି 30 ରୁ 32 ଟଙ୍କାରେ ବିକ୍ରି ହେଉଛି ।
ଅନ୍ୟପଟେ ପିଆଜ 100ରୁ କମିଛି । ହୋଲସେଲରେ 50 ରୁ 60 ଟଙ୍କାରେ ବିକ୍ରି କରାଯାଉ ଥିବାବେଳେ ବଜାରରେ 70 ରୁ 75 ଟଙ୍କାରେ ବିକ୍ରି ହେଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ