ETV Bharat / city

ଗୁହାଳରେ ଗାଈ ବାନ୍ଧୁଥିବା ବେଳେ ବଜ୍ରପାତ ନେଲା ମହିଳାଙ୍କ ଜୀବନ

କଟକ ଟାଙ୍ଗି ଅଞ୍ଚଳର ସବିତା ମଲ୍ଲିକ ଗୁହାଳରେ ଗାଈ ବାନ୍ଧିବା ସମୟରେ ବଜ୍ରପାତ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।

author img

By

Published : Aug 17, 2019, 5:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବଜ୍ରପାତରେ ଗଲା ଆଉ ଏକ ଜୀବନ । ଗୁହାଳରେ ଗାଈ ବାନ୍ଧୁଥିବା ବେଳେ ବଜ୍ରପାତ ନେଲା ଜଣେ ମହିଳାଙ୍କ ଜୀବନ । ମୃତକ ହେଉଛନ୍ତି କଟକ ଟାଙ୍ଗି ଅଞ୍ଚଳର ଅନାମ ମଲ୍ଲିକଙ୍କ ପତ୍ନୀ ସବିତା ମଲ୍ଲିକ ।

ପ୍ରକାଶ ଥାଉକି ମଠ ସାହିର ସବିତା ବର୍ଷା ଆସିବାରୁ, ଘର ବାହାରେ ବନ୍ଧା ହୋଇଥିବା ଗାଈକୁ ଗୁହାଳରେ ବାନ୍ଧିବାକୁ ଯାଇଥିଲେ । ହେଲେ ଗୁହାଳରେ ଗାଈ ବାନ୍ଧିବା ସମୟରେ ବଜ୍ରପାତ ହେବା ଯୋଗୁଁ ସେ ହଠାତ ତଳେ ପଡିଯାଇଥିଲେ । ଆଉ ତାଙ୍କର ମୃତ୍ୟୁ ଘଟିଥିଲା । ସବିତାଙ୍କ ଆକସ୍ମିକ ମୃତ୍ୟୁରେ ପୁରା ପରିବାରରେ ଦୁଃଖର ଛାୟା ଖେଳି ଯାଇଛି । ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ghjj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.