କଟକ: କଲ୍ୟାଣୀ ନଗର ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା EWS ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଗିରଫ ରାଜା କରଣଙ୍କ ନାଁରେ ଆଉ ଏକ ଅଭିଯୋଗ । ତେବେ ଆଜି କଟକ ମହାନଗର ନିଗମ ପକ୍ଷରୁ ଏନେଇ ମଧୁପଟଣା ଥାନାରେ ଏତଲା ଦିଆଯାଇଛି । ସିଏମସିର ଏତଲା ପରେ ଆଉ ଏକ ମାମଲା ରୁଜ୍ଜୁ କରିଛି ମଧୁପାଟଣା ଥାନା ।
ଏହା ବି ପଢନ୍ତୁ: EWS SCAM, 3 ଦିନିଆ ରିମାଣ୍ଡରେ ଯିବ ରାଜା କରଣ
ଅନ୍ୟପଟେ ଆସନ୍ତାକାଲି (ସୋମବାର) ଗିରଫ ଅଭିଯୁକ୍ତ ରାଜା କରଣଙ୍କୁ ଘଟଣାସ୍ଥଳକୁ ନେବା ସହ ଅଧିକ ତଦନ୍ତ କରିବ ପୋଲିସ । ସେହିପରି ଗିରଫ ପରେ ଅଭିଯୁକ୍ତ ରାଜାକୁ 3 ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ତେବେ ରାଜା ସରକାରୀ ଘରକୁ ବିଭିନ୍ନ ଲୋକଙ୍କୁ ବିକ୍ରି କରିବା ସହ ବଡ ଧରଣର ଜାଲିଆତି ମଧ୍ୟ କରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ