କଟକ : ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମେଡିକାଲ ଫାଣ୍ଡିରେ କାର୍ଯ୍ୟରତ ଜଣେ କନେଷ୍ଟବଳ କୋରୋନା ଆକ୍ରାନ୍ତ ହୋଇଛନ୍ତି । ପଜେଟିଭ ଚିହ୍ନଟ ପରେ ମେଡିକାଲ ଫାଣ୍ଡିକୁ ବନ୍ଦ କରିଦିଆଯାଇଛି । ଫାଣ୍ଡିର ଅନ୍ୟ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଶୁକ୍ରବାର, ସମସ୍ତ କର୍ମଚାରୀଙ୍କର କୋରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ତେବେ କଟକ କମିଶନରେଟ ପୋଲିସରେ ଏହା ପ୍ରଥମ ଘଟଣା ବୋଲି ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ