ETV Bharat / city

India Vs SA T-20: ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରି ହେବ ଅଫଲାଇନ ଟିକେଟ

author img

By

Published : Jun 8, 2022, 5:21 PM IST

Updated : Jun 8, 2022, 5:42 PM IST

ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରିହେବ ଅଫଲାଇନ ଟିକେଟ । ମହିଳାଙ୍କ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

India Vs SA T-20: ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରି ହେବ ଅଫଲାଇନ ଟିକେଟ
India Vs SA T-20: ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରିହେବ ଅଫଲାଇନ ଟିକେଟ

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ଆସନ୍ତାକାଲି(ଗୁରୁବାର) ଠାରୁ କାଉଣ୍ଟରରେ ମିଳିବ ଅଫଲାଇନ ଟିକେଟ । ଜୁନ୍ ୯ ଏବଂ ୧୦ ରେ ସାଧାରଣ ଜନତାଙ୍କ ପାଇଁ ସକାଳ ୯ ଟାରୁ ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ । ୧୨ ହଜାର ଟିକେଟ ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଛି ।

India Vs SA T-20: ଗୁରୁବାରରୁ ସାଧାରଣ ବର୍ଗଙ୍କ ପାଇଁ ବିକ୍ରି ହେବ ଅଫଲାଇନ ଟିକେଟ

ଜଣଙ୍କୁ ମାତ୍ର ଦୁଇଟି ଟିକେଟ ମିଳିବ । ପରିଚୟ ପତ୍ର ଦେଖାଇ କାଉଣ୍ଟରରୁ ନେଇପାରିବେ ଟିକେଟ । ଉଭୟ କ୍ୟାସ ଓ ଅନଲାଇନରେ ଟଙ୍କା ଡିପୋଜିଟ କରିବାର ବ୍ୟବସ୍ଥା ରହିଛି । ମହିଳାମାନଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର କାଉଣ୍ଟର କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି OCA ସମ୍ପାଦକ କହିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର କେବଳ ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ୍, କଲେଜ, କ୍ଲବ ସଦସ୍ୟଙ୍କୁ ଟିକେଟ୍‌ ବିକ୍ରି ହୋଇଛି । ପ୍ରଥମ ଅଫଲାଇନ୍‌ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, କଟକ

Last Updated : Jun 8, 2022, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.