ETV Bharat / city

ଟ୍ରକ ମାରଣ ନୀତି ବନ୍ଦ ହେଉ: ମାଲିକ ସଙ୍ଘ

author img

By

Published : Oct 31, 2021, 2:15 PM IST

ରାଜ୍ୟ ସରକାରଙ୍କ ଘରୋଇ କମ୍ପାନୀକୁ ଟ୍ରକର ଅଟୋମେଟିକ ଫିଟନେସ ସେଣ୍ଟର ଦାୟିତ୍ୱ ଦେବା ନିଷ୍ପତ୍ତିକୁ ସର୍ବ ଭାରତୀୟ ମୋଟର ପରିବହନ କଂଗ୍ରେସର ବିରୋଧ । ଅଧିକ ପଢନ୍ତୁ...

ଟ୍ରକ ମାରଣ ନୀତି ବନ୍ଦ ହେଉ: ମାଲିକ ସଙ୍ଘ
ଟ୍ରକ ମାରଣ ନୀତି ବନ୍ଦ ହେଉ: ମାଲିକ ସଙ୍ଘ

କଟକ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ରକ ମାରଣ ନୀତିକୁ ବିରୋଧ କଲା ରାଜ୍ୟ ଟ୍ରକ ମାଲିକ ସଙ୍ଘ । ଗୋଟିଏ ପଟେ ଅହେତୁକ ଡିଜେଲ ଦର ବୃଦ୍ଧି ଅନ୍ୟପଟେ ଘରୋଇ କମ୍ପାନୀକୁ ଅଟୋମେଟିକ ଫିଟନେସ ସେଣ୍ଟର ଦାୟିତ୍ୱ ଦେବା ଦ୍ୱାରା ରାଜ୍ୟରେ ଟ୍ରକ ପରିବହନ ବେଶ ପ୍ରଭାବିତ ହୋଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି ।

ଟ୍ରକ ମାରଣ ନୀତି ବନ୍ଦ ହେଉ: ମାଲିକ ସଙ୍ଘ

ଓଡିଶାରେ ସମୁଦାୟ 2 ଲକ୍ଷ 20 ହଜାର ଟ୍ରକ ରହିଛି । ସେଥିରୁ ମାତ୍ର 20 ହଜାର ଟ୍ରକ କାର୍ଯ୍ୟକ୍ଷମ କରୁଛି । ଏହାସହ ଏହାରି ମଧ୍ୟରେ କଟକର ଏକ ଘରୋଇ ଫିଟନେସ କମ୍ପାନୀ ମାଧ୍ୟମରେ ଅତ୍ୟଧିକ ଫିସ ନିଆଯାଉଛି । ଏହି ବ୍ୟବସ୍ଥା ଆଗମୀ ଦିନରେ ସାରା ରାଜ୍ୟରେ ପ୍ରଚଳନ ହେବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

ଅନେକ କ୍ଷେତ୍ରରେ ଜାଣିଶୁଣି ଟ୍ରକର ଫିଟନେସ ସାର୍ଟିଫିକେଟ ରଦ୍ଦ ମଧ୍ୟ କରାଯାଉଛି । ଯାହାକୁ ନେଇ ବେଶ କ୍ଷତିରେ ଚାଲୁଛି ଟ୍ରକ ମାଲିକ ସଙ୍ଘ । ତେବେ 15 ଦିନ ମଧ୍ୟରେ ଏହି ଘରୋଇ ଅଟୋମେଟିକ ଫିଟନେସ କମ୍ପାନୀ ବନ୍ଦନହୁଏ, ତେବେ ରାଜ୍ୟ ସରକାର ଏକ ବଡ ଆନ୍ଦୋଳନର ସାମ୍ନା କରିବେ ବୋଲି 'ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ'ର ଉପସଭାପତି ରବି ଶତପଥୀ ଚେତାବନୀ ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.