କଟକ: ୭୪ ତମ ସ୍ବାଧୀନତା ଦିବସ ଅବସରରେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁପଣ୍ଡା ପତାକା ଉତ୍ତୋଳନ କରିଛନ୍ତି । ଏଥିସହ ରାଜ୍ୟର କୋଭିଡ ଯୋଦ୍ଧା ଭାବେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବିଭାଗର ଅଧିକ୍ଷକ ଡାକ୍ତର ଅନ୍ନଦା ପଟ୍ଟନାୟକ, ରିମଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ବିଦ୍ୟୁତ ଦାସ ଓ ଯକ୍ଷ୍ମା ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମନରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି ।
ଏହାସହ ବାୟୋକେମେଷ୍ଟ୍ରି ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ରୋମା ରତନ , ଓଡିଶା ଅଗ୍ନିଶମ ସେବାର ମୁଖ୍ୟ ଅଗ୍ନିସେବା ଅଧିକାରୀ ମହେଶ୍ବର ସ୍ବାଇଁ ଓ ସିଏମସି କମିଶନରଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ଏହା ଦ୍ବାରା ସେମାନଙ୍କ ମନ ବଳ ବୃଦ୍ଧି ହେବ ବୋଲି ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ମିନାକ୍ଷୀ ଦାସ କହିଛନ୍ତି। ଏହିଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି କରାଯିବ ବୋଲି ସେ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ