କଟକ: ରଜ୍ୟରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଓଡିଶା ପୋଲିସ । ଆସନ୍ତା ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବ ପୋଲିସ । ଏହି ଦାୟିତ୍ବକୁ ସୂଚାର ରୂପେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ ରାଜ୍ୟରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଶିଶୁ ନିଖୋଜ ମାମଲା । ଶିଶୁ ନିଖୋଜକୁ ନେଇ ରାଜରାସ୍ତାରୁ ବିଧାନସଭା ସବୁଠି ସରକାରଙ୍କୁ ଘେରୁଛି ବିଜେପି । ତେଣୁ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଓଡିଶା ପୋଲିସ । ଆସନ୍ତା ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବ ପୋଲିସ । ରାଜ୍ୟବ୍ୟାପି ଚାଲିବାକୁ ଥିବା ଏହି ଅଭିଯାନର ପରିଚାଳନା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ପୋଲିସ ଡିଜିଙ୍କ ସହ ସମସ୍ତ ଜିଲ୍ଲାର ଏସପି ଏବଂ ସମସ୍ତ ଆଇଜି ଡିଆଇଜିଙ୍କ ସହ ହୋଇଥିବା ଏକ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ