କଟକ: ଆଜି ଵାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ । ସୁପର ସନଣ୍ଡେର ହେବ ସୁପର ମୁକାବିଲା । ମ୍ୟାଚ ଦେଖିବାକୁ 44 ହଜାରୁ ଅଧିକ ଦର୍ଶକ ରହିବେ । ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଥିବା ୪ ଜଣ ନାମକୁ ନେଇ ଏବେ ଜୋର ଚର୍ଚ୍ଚା ହେଉଛି । ଏହି ୪ ନାମ ହେଉଛି କାଜଲ,ବରୁଣ,ଆକାଶ ଓ ଫାନ୍ସି । ନାମ ଶୁଣି ଭାବୁଥିବେ ଏମାନେ ମଣିଷ ନା ଏମାନେ ହେଲେ ଓଡିଶା ପୋଲିସର 4 ପୋଲିସ କୁକୁର । ଯାହାଙ୍କ ନଜରରେ ରହିବ ଷ୍ଟାଡିୟମ ।
୪ ଏକ୍ସପ୍ଲସିଭ ସ୍ନାଇପର କୁକୁର ହେଉଛନ୍ତି କାଜଲ, ବରୁଣ, ଫାନ୍ସି ଓ ଆକାଶ । ଏମାନେ ଷ୍ଟାଡିୟମର ସମସ୍ତ ସ୍ଥାନର ଅନୁଧ୍ୟାନ କରୁଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ଯେପରି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ କାରବାର ନ ହୁଏ, ସେଥିପାଇଁ ଏମାନେ ଷ୍ଟାଡୟମର କୋଣ ଅନୁକୋଣରେ ଲକ୍ଷ୍ୟ ରଖିଛନ୍ତି । ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ଏମାନେ ମାହିର ।
ଏହାବି ପଢନ୍ତୁ...Ind Vs SA: ଆଜି ଦୁଲୁକିବ ବାଟବାଟୀ, କମବ୍ୟାକ୍ ଲକ୍ଷ୍ୟରେ ଭାରତ
ସନ୍ଧ୍ୟା 7ଟାରୁ ମ୍ୟାଚ ଆରମ୍ଭ ହେବ । ଅପରାହ୍ନରେ ବାରବାଟୀରେ ପହଞ୍ଚିବେ ଉଭୟ ଦଳର ଖେଳାଳି । ଏହି ହାଇପ୍ରୋଫାଇଲ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ବାରବାଟୀ । ମ୍ୟାଚକୁ ସଫଳତାର ସହ ସମ୍ପର୍ଣ୍ଣ କରିବାକୁ ଓଡିଶା କ୍ରିକେଟ ଆସୋସିଏସନ (OCA) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଅଢେଇ ବର୍ଷ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବାରୁ ଦର୍ଶକଙ୍କ ମନରେ ନାହିଁ ନଥିବା ଖୁସି ।
ଇଟିଭି ଭାରତ, କଟକ