ETV Bharat / city

ଆରମ୍ଭ ହେଲା ମାଟ୍ରିକ ଖାତା ମୂଲ୍ୟାୟନ, ତ୍ରୁଟିଶୁନ୍ୟ ମୂଲ୍ୟାୟନ ଉପରେ ଗୁରୁତ୍ୱ - ଓଡିଶା ମାଟ୍ରିକ ମୂଲ୍ୟାୟନ ନ୍ୟୁଜ

ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ତ୍ରୁଟିଶୂନ୍ଯ ମୂଲ୍ୟାୟନ ନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି । ଅଧିକ ପଢନ୍ତୁ

ଆରମ୍ଭ ହେଲା ମାଟ୍ରିକ ମୂଲ୍ୟାୟନ, ତ୍ରୁଟିଶୁନ୍ୟ ମୂଲ୍ୟାୟନ ଉପରେ ଗୁରୁତ୍ୱ

author img

By

Published : May 21, 2022, 7:52 PM IST

କଟକ: ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ (Evaluation) । ଏହି ପ୍ରକ୍ରିୟାରେ ଦଶମ ଶ୍ରେଣୀ ସହିତ SOSC ଓ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯାଉଛି । ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ମୋଟ 58ଟି ମୂଲ୍ୟାୟନ କେନ୍ଦ୍ର ଚିହ୍ନଟ କରାଯାଇଛି ଓ ଦୁଇ ସପ୍ତାହ ମଧ୍ୟରେ ଖାତାଦେଖା କାର୍ଯ୍ୟ ଶେଷ କରିବାକୁ ଲକ୍ଷ ଧାର୍ଯ୍ୟ କରିଛି ବୋର୍ଡ । ସେପଟେ ଖାତା ମୂଲ୍ୟାୟନ କାର୍ଯ୍ୟକୁ ତୃଟିଶୂନ୍ୟ କରିବାକୁ ଆଗକୁ କରାଯାଇଥିବା ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ମୂଲ୍ୟାୟନ କେନ୍ଦ୍ରର ଅଧୀକ୍ଷକ ।

ଆରମ୍ଭ ହେଲା ମାଟ୍ରିକ ମୂଲ୍ୟାୟନ, ତ୍ରୁଟିଶୁନ୍ୟ ମୂଲ୍ୟାୟନ ଉପରେ ଗୁରୁତ୍ୱ

ଖାତା ଦେଖିବା ସମୟରେ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ଦାୟିତ୍ବରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ । ରାଜ୍ୟର 58ଟି ମୂଲ୍ୟାୟନ କେନ୍ଦ୍ରରେ ଆଜି(ଶନିବାର) ସକାଳ 10ଟାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ । ଏଥିପାଇଁ 481 ଜଣ ମୁଖ୍ୟ ପରୀକ୍ଷା ନିରୀକ୍ଷକଙ୍କ ସହ 900 ଜଣ ଡେପୁଟି ଅତିରିକ୍ତ ନିରୀକ୍ଷକ, 8919 ଜଣ ସହକାରୀ ନିରୀକ୍ଷକ ଓ 930 ସ୍କୁଟିନାଇଜରଙ୍କୁ ନିୟୋଜିତ କରିଛି ବୋର୍ଡ଼ ।

ଖାତାଦେଖା ପରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମାର୍କକୁ ଅନଲାଇନରେ ଅପଲୋଡ଼ କରାଯାଉଛି । ସେହିପରି SOSC ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ମାର୍କକୁ ଅଫଲାଇନ ମୋଡରେ ରେକର୍ଡ କରାଯାଉଛି । ଖାତାଦେଖା କାର୍ଯ୍ୟକୁ ନିର୍ଭୁଲ ଓ ତୃଟିଶୁନ୍ୟ କରାଯିବ ଏବଂ ଏଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯୋଡ଼ି ହୋଇଥିବାରୁ କୌଣସି ହେଳା କରାଯିବ ନାହିଁ ବୋଲି କହିଛନ୍ତ ଖାତାଦେଖା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ।

ଚଳିତବର୍ଷ ମାଟ୍ରିକ ପରୀକ୍ଷା ମାତ୍ର 80 ମାର୍କ ବିଶିଷ୍ଟ ହୋଇ ଥିବାବେଳେ ସେଥିମଧ୍ୟରୁ 50 ମାର୍କ ଅବଜେକ୍ଟିଭ ଓ 30 ମାର୍କ ସବଜେକ୍ଟିଭ ବିଶିଷ୍ଟ ରହିଛି । ଅବଜେକ୍ଟେଟିଭ ବା ଓଏମଆର ଖାତା ମୂଲ୍ୟାୟନ କମ୍ପ୍ୟୁଟର ମାଧ୍ୟମରେ କରାଯିବ ଏବଂ ବାକି 30 ମାର୍କ ବିଶିଷ୍ଟ ସବଜେକ୍ଟିଭ ଉତ୍ତର ଖାତାକୁ ନିରୀକ୍ଷକମାନେ ମୂଲ୍ୟାୟନ କରିବେ । ସେହିପରି ଖାତା ମୂଲ୍ୟାୟନ କାର୍ଯ୍ୟକୁ ତୃଟିଶୂନ୍ୟ କରିବା ପାଇଁ ଲାଗୁ କରାଯାଇଥିବା ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ଥିବା ମୂଲ୍ୟାୟନ କେନ୍ଦ୍ର ଅଧୀକ୍ଷକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.