ETV Bharat / city

ବିପିୟୁଟିକୁ ହାଇକୋର୍ଟର ସମନ - ହାଇକୋର୍ଟର ବିପିୟୁଟିକୁ ସମନ ଖବର

ବିପିୟୁଟିକୁ ହାଇକୋର୍ଟର ସମନ ଜାରି । ବ୍ୟାକ୍ ପେପର ପରୀକ୍ଷା କେବେ କରାଯିବା ସେନେଇ ତଥ୍ୟ ରଖିବାକୁ ହାଇକୋର୍ଟର ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବିପିୟୁଟିକୁ ହାଇକୋର୍ଟର ସମନ
ବିପିୟୁଟିକୁ ହାଇକୋର୍ଟର ସମନ
author img

By

Published : Dec 1, 2020, 7:53 PM IST

କଟକ: ହାଇକୋର୍ଟର ବିପିୟୁଟିକୁ ସମନ । 2016 ମସିହାରୁ ବିଟେକ ବ୍ୟାକ ପେପର ପରୀକ୍ଷା ଦେଇ ପାରୁନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ବିପିୟୁଟି କି ପଦକ୍ଷେପ ନେଇଛି ସେନେଇ ତଥ୍ୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜାନୁଆରୀ ୨୫ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ ୨୦୧୬ ମସିହାରୁ ବିଟେକ ବ୍ୟାକ ପେପର ପରୀକ୍ଷା ଦେଇ ପାରୁ ନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ କରାଯିବ ସେନେଇ ତୁରନ୍ତ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦଶ ଦେଇଛନ୍ତି । ଏନେଇ ହାଇକୋର୍ଟରେ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଆଜି(ମଙ୍ଗଳବାର) ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଟେକ ଡ଼ିଗ୍ରୀ ପାଇଁ ୪ ବର୍ଷ ସମୟ ଅବଧି ଥିବାବେଳେ ବିପିୟୁଟି ପକ୍ଷରୁ ଆଉ ଅଧିକ ୩ବର୍ଷ ଏମିତି ୭ ବର୍ଷ ସମୟ ଦିଆଯାଇଛି ।

ତେବେ ୭ ବର୍ଷ ମଧ୍ୟରେ ଯେଉଁ ଛାତ୍ରଛାତ୍ରୀ ଶେଷକରି ପାରି ନାହାନ୍ତି ସେମାନେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ଦାବି କରି ଆସୁଥିଲେ। ୨୦୧୬ ମସିହା ସୁଦ୍ଧା ଏଭଳି ୭୩ ଛାତ୍ରଛାତ୍ରୀ ଥିବାବେଳେ ଏବେ ଏହି ସଂଖ୍ୟା ୫୦୦ରୁ ଅଧିକ ହେଲାଣି । ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ବିପିୟୁଟି କରିବ ସେ ସମ୍ପର୍କରେ ଜାନୁଆରୀ ୨୫ ସୁଦ୍ଧା ତଥ୍ୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.