ETV Bharat / city

Rourkela Municipal Election: ସରକାର ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

author img

By

Published : Nov 25, 2021, 2:10 PM IST

Updated : Nov 25, 2021, 7:21 PM IST

ରାଉରକେଲା ମ୍ୟୁନସିପାଲଟି ନିର୍ବାଚନ (Rourkela Municipal Election) ନେଇ ରାଜ୍ୟ ସରକାରଙ୍କ ଜବାବ ତଲବ ମାଗିଲେ ଓଡିଶା ହାଇକୋର୍ଟ(Odisha High Court) । ଅଧିକ ପଢନ୍ତୁ

Rourkela Municipal Election: ସରକାର ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

କଟକ:ରାଉରକେଲା ମ୍ୟୁନସିପାଲଟିର ନିର୍ବାଚନ କରାଇବାକୁ ଆବେଦନ କରି ରୁଜ୍ଜୁ ମାମଲାରେ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ରାଉରକେଲାରେ ନିର୍ବାଚନ କାହିଁକି ନହେବ । ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କୈଫତ ତଲବ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ମଧ୍ୟ ଏ ସମ୍ପର୍କରେ ତଥ୍ୟ ରଖିବାକୁ ନୋଟିସ ଜାରି କରିଛନ୍ତି।

Rourkela Municipal Election: ସରକାର ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

୨୦୧୩ ପରଠାରୁ ରାଉରକେଲାରେ ହୋଇ ନାହିଁ ପୌର ନିର୍ବାଚନ । ଶେଷ ଥର ପାଇଁ ୨୦୦୮ ମସିହାରେ ନିର୍ବାଚନ ହୋଇଥିବା ବେଳେ ଏହି ଟର୍ମ ୨୦୧୩ରେ ଶେଷ ହୋଇଥିଲା। ୨୦୧୪ ମସିହାରେ ରାଜ୍ୟ ସରକାର ରାଉରକେଲା ମ୍ୟୁନିସପାଲିଟକୁ ରାଉରକେଲା ମହାନଗର ନିଗମରେ ପରିଣତ କରି ଥିଲେ। ମହାନଗର ନିଗମ ପାଇଁ ୩ ଲକ୍ଷ ଜନସଂଖ୍ୟା ଆବଶ୍ୟକତା ଦରକାର ପଡିଥିଲା। ତେଣୁ ମ୍ୟୁନିସପାଲିଟିର ୩୩ଟି ୱାର୍ଡ ସହ ଆଖ ପାଖ ପଞ୍ଚାୟତକୁ ମିଶ୍ରଣ କରାଯାଇ ଥିଲା।

ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ୨୦୧୫ ମସିହାରେ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାକୁ ଗ୍ରହଣ କରି ରହିତାଦେଶ ଜାରି କରିଥିଲେ। ଫଳରେ ସେବେଠାରୁ ଆଉ ରାଉରକେଲାରେ ସହରାଞ୍ଚଳ ନିର୍ବାଚନ ହୋଇ ନାହିଁ। ରାଉରକେଲାରେ ନିର୍ବାଚନ କରାଇବା ଲାଗି ପିଟିସନ ଦାୟର କରିଛନ୍ତି ପୂର୍ବତନ ନଗରପାଳ ନିହାର ରାୟ । ଦୀର୍ଘ ଦିନ ଧରି ନିର୍ବାଚନ ନ ହେବା ଭାରତୀୟ ସମ୍ବିଧାନର ଧାରା ୨୪୩(ୟୁ) ବିରୋଧାଚରଣ କରୁଛି। ତେଣୁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ନିର୍ବାଚନ କରାଇବାର ପଦକ୍ଷେପ ନେବାକୁ ସେ ଆବେଦନରେ ଦର୍ଶାଇ ଛନ୍ତି। ଡିସେମ୍ବର ୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 25, 2021, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.