ETV Bharat / city

ଜେଲ ଗୁଡିକରେ ସଂସ୍କାର ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ବ - ଜେଲରେ ସଂସ୍କାର ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ବ

ରାଜ୍ୟରେ ଥିବା ଜେଲଗୁଡିକର ସଂସ୍କାର ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ୱ । ବ୍ୟକ୍ତିଗତ ଭାବେ ଜେଲ ଗସ୍ତ କରି ପଦକ୍ଷେପ ନେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ଜେଲଗୁଡିକରେ ସଂସ୍କାର ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ବ

author img

By

Published : May 7, 2022, 10:34 AM IST

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟର ଅଧିକାଂଶ ଜେଲର ସ୍ଥିତି ସୁଧୁରି ନାହିଁ । ରାଜ୍ୟର ଜେଲଗୁଡିକରେ କଏଦୀଙ୍କ ପାଇଁ ରହିଥିବା ୱାର୍ଡ ଓ ଶୌଚାଳୟର ଅବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଖାଦ୍ୟର ମାନରେ କୌଣସି ଉନ୍ନତି ହୋଇନାହିଁ । ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଜେଲଗୁଡିକ‌ରେ ଆବଶ୍ୟକ ମରାମତି, ମୌଳିକ ସୁବିଧାରେ ଉନ୍ନତି, ଉପଯୁକ୍ତ ମାନର ଖାଦ୍ୟ ବ୍ୟବସ୍ଥା କରିବାକୁ ହାଇକୋର୍ଟ ସାନି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଆଠମଲ୍ଲିକ ଜେଲରେ ବନ୍ଦୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବ୍ୟକ୍ତିଗତ ଭାବେ ଜେଲ ଗସ୍ତ କରି ସ୍ଥିତିରେ ସୁଧାର ପାଇଁ ପଦକ୍ଷେପ ନେବାକୁ ଜେଲ ଡିଜିଙ୍କୁ ହାଇକୋର୍ଟ କହିଛନ୍ତି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜେଲ ଗୁଡିକର ସ୍ଥିତି ସଂକ୍ରାନ୍ତରେ ସବୁ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ତରଫରୁ ରିପୋର୍ଟ ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ ଦାଖଲ କରାଯାଇଥିଲା । ଡିଏଲଏସଏ ରିପୋର୍ଟ ସବୁକୁ ଅନୁଧ୍ୟାନ କରି ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ‌ତଥ୍ୟ ରଖିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଲିଗୁଡା ଓ ନୟାଗଡ଼ ସବଜେଲର ସ୍ଥିତିରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ ।

ରିପୋର୍ଟରେ ଥିବା ତଥ୍ୟ ଆଧାରରେ ରହିଥିବା ସମସ୍ୟା ତୁରନ୍ତ ଦୂର ପାଇଁ ପଦକ୍ଷେପ ନେବାକୁ ଏହି ଦୁଇ ସବଜେଲର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନନ୍-ଅଫିସିଆଲ ଭିଜିଟରଙ୍କ ସହିତ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜଜ୍ ଏହି ଦୁଇ ଜେଲ ଗସ୍ତ କରି ଭିତ୍ତିଭୂମି ତଦାରଖ କରିବେ । ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଏହି ଦୁଇ ଜିଲ୍ଲା ଜଜ୍‌ଙ୍କ ସହିତ ସମନ୍ବୟ ରକ୍ଷା କରି ପରବର୍ତ୍ତୀ ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପୁରୀ ଜିଲ୍ଲା ଜେଲ, ମାଲକାନଗିରି ଓ ଦିଗପହଣ୍ଡି ସବଜେଲ, ରାଉରକେଲା ସ୍ପେଶାଲ ଜେଲ, ଆଠଗଡ ମଡେଲ ଜେଲ, ପାଲଲହଡା, ଅନୁଗୁଳ, ତାଳଚେର, ନରସିଂହପୁର, ବଡମ୍ବା, ଆର.ଉଦୟଗିରି, ପାରଳାଖେମୁଣ୍ଡି, ଝାରସୁଗୁଡ଼ା, କୁଜଙ୍ଗ, ରଣପୁର ଜେଲଗୁଡିକର ଶୋଚନୀୟ ସ୍ଥିତି ସଂପର୍କରେ ତଥ୍ୟ ରଖାଯାଇଥିଲା । ଚୌଦ୍ବାର ସର୍କଲ ଜେଲରେ ଶୌଚାଳୟ, ବିଶ୍ରାମ କୋଠରୀ, ୱାର୍ଡ, ଡ୍ରେନ୍ ଦୟନୀୟ ସ୍ଥିତିରେ ରହିଛି ବୋଲି ହାଇକୋର୍ଟରେ ଦାଖଲ ଫଟୋଗ୍ରାଫରୁ ସ୍ପଷ୍ଟ ହୋଇଥିଲା । କଟକ ଠାରୁ ମାତ୍ର କିଛି ଦୂରରେ ଥିବା ଏହି ଚୌଦ୍ବାର ଜେଲରେ ଏପରି ଖରାପ ସ୍ଥିତି ପାଇଁ କ୍ଷମା କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ନୂଆ ଜେଲ ଡିଜି ଭାବେ ମନୋଜ ଛାବରା ଦାୟିତ୍ବ ନେବାକୁ ଯାଉଥିବା ବେଳେ ଚୌଦ୍ବାର ସର୍କଲ ଜେଲ ଗସ୍ତ ତାଙ୍କ ପ୍ରଥମ କାର୍ଯ୍ୟରୁ ଗୋଟିଏ ହେବ ବୋଲି ହାଇକୋର୍ଟ କହିଛନ୍ତି ।

ପୁରୀ ଓ ଅନୁଗୁଳ ଜିଲ୍ଲା ଜେଲକୁ ମଧ୍ୟ ଡିଜି ବ୍ୟକ୍ତିଗତ ଗସ୍ତ କରି ସମସ୍ୟା ଦୂର ପାଇଁ ପଦକ୍ଷେପ ନେବେ । ଆମିକସ୍ କ୍ୟୁରୀଙ୍କ ତଥ୍ୟରେ ରାଜ୍ୟର ୧୬ଟି ସବଜେଲରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆବଶ୍ୟକ ବୋଲି ଉଲ୍ଲେଖ ରହିଥିବା ବେଳେ ଡିଜି ଏହା ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ବିଭିନ୍ନ ଜେଲରେ ୧୮ ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ଏହି ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ଡିଜି ତଦାରଖ କରି ପଦ ପୂରଣ ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଲ ଡିଆଇଜି ଏସ.କେ.ମିଶ୍ରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, ପୁରୀ ଓ ଖଣ୍ଡପଡା ଜେଲ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହିତ ସୋର, ଯାଜପୁର, ଝାରସୁଗୁଡା, ଜି.ଉଦୟଗିରି, ଫୁଲବାଣୀ, ବାଲିଗୁଡା, ପୁରୀ, ବାଲେଶ୍ବର ଓ ‌ନୀଳଗିରି ସମେତ କେତେକ ଜେଲ ଅଧୀକ୍ଷକଙ୍କ ନିକଟରୁ କୈଫିୟତ ତଲବ କରାଯାଇଛି ।

ଆଠମଲ୍ଲିକ ଜେଲ ଏବେ ଜେଲ କର୍ତ୍ତୃପକ୍ଷଙ୍କ ବଦଳରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କ ନିୟନ୍ତ୍ରଣରେ ରହିଛି ବୋଲି ଅଭିଯୋଗ ହୋଇଥିଲା । ଅନୁଗୁଳ ଡିଏଲଏସଏ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ନିକଟରେ ଆଠମଲ୍ଲିକ ଜେଲରୁ ଅନୁଗୁଳ ଜିଲ୍ଲା ଜେଲକୁ ସ୍ଥାନାନ୍ତର ହୋଇଥିବା କେତେକ ବନ୍ଦୀ ନୃଶଂସ ନିର୍ଯାତନାର ଶିକାର ହୋଇଥିଲେ । ଆଠମଲ୍ଲିକ ଜେଲରେ ଦିଆଯାଇଥିବା ନିର୍ଯାତନା ସଂକ୍ରାନ୍ତରେ ସଂପୃକ୍ତ ବନ୍ଦୀ ଡିଏଲଏସଏ ସଚିବଙ୍କୁ କହିଥିଲେ । ଏଭଳି ସ୍ଥିତିରେ ଅନୁଗୋଳ ଜିଲ୍ଲା ଜଜ୍ ତୁରନ୍ତ ଅନୁଗୋଳ ଜିଲ୍ଲା ଜେଲ ଓ ଆଠମଲ୍ଲିକ ସବ୍‌ଜେଲ ଗସ୍ତ କରି ଏହି ପ୍ରସଙ୍ଗରେ ତଦନ୍ତ କରିବେ ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଜିଲ୍ଲା ଜଜ୍ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ।

ଜେଲ ଗୁଡିକରେ ବନ୍ଦୀମାନଙ୍କ ପାଇଁ ‌ନିୟମ ଅନୁସାରେ ମୌଳିକ ସୁବିଧା ପ୍ରସଙ୍ଗ ତଦାରଖ ଜାରି ରଖାଯିବ ବୋଲି ହାଇକୋର୍ଟ କହିଛନ୍ତି । ଏଥିପାଇଁ ହାଇକୋର୍ଟ ମେ ୨୧ ତାରିଖ ଦିନ ସ୍ବତନ୍ତ୍ର ସିଟିଂରେ ଏ ସଂପର୍କିତ ଆବେଦନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦିନ ଶୁଣାଣି ସମୟରେ ଜେଲ ଡିଜି ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.