ETV Bharat / city

ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ: ହାଇକୋର୍ଟ

author img

By

Published : Aug 29, 2022, 1:26 PM IST

Updated : Aug 29, 2022, 9:45 PM IST

ହାଇକୋର୍ଟରେ ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲା (Deformed Ganesh Idol making) । ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ, ହାଇକୋର୍ଟ

କଟକ: ହାଇକୋର୍ଟରେ ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲା (Deformed Ganesh Idol making)। ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ । ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ (Odisha HC) ।

ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ: ହାଇକୋର୍ଟ

ଏ ନେଇ ଉଚ୍ଚ ନ୍ୟାୟାଳୟ କହିଛନ୍ତି, " ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ । ଏଭଳି ମୂର୍ତ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ।" ପୋଲିସ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଦେଲେ ଏହି ନିର୍ଦ୍ଦେଶ । ଏଥିସହ ପୁରୀଘାଟ ଥାନା ଅଧିକାରୀ ମୂର୍ତ୍ତି କାରୀଗରଙ୍କୁ ନେଇ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ ଯେପରି ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନକରିବେ, ସେନେଇ ସେମାନଙ୍କୁ ଉପଦେଶ ଦେବେ ।

ବିକୃତ ମୂର୍ତ୍ତି ନିର୍ମାଣ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ତାଗିଦ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି । ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ଦର୍ଶାଯାଇଥିଲା । ଏପରିକି କିଛି କାରିଗରଙ୍କୁ ଥାନାରେ କିଛି ଘଣ୍ଟା ଅଟକ ରଖାଯାଇଛି । କେବଳ ସେତିକି ନୁହେଁ କାରିଗରଙ୍କୁ ଧମକ ଦିଆଯାଇଥିବା ନେଇ ମାମଲାରେ ଉଲ୍ଲେଖ କରିଥିଲେ ।

ଏହା ବି ପଢନ୍ତୁ- ବିକୃତ ଗଣେଶ ମୂର୍ତ୍ତି ତିଆରିକୁ ବିରୋଧ, ଟ୍ବିନସିଟି ଗଣେଶ ପୂଜା କମିଟିର କାର୍ଯ୍ୟାନୁଷ୍ଠାନ ଦାବି

ବିକୃତ ମୂର୍ତ୍ତି ଆଉ ପରବର୍ତ୍ତୀ ସମୟରେ କରିବେ ନାହିଁ ବୋଲି ଏକ ଅଣ୍ଡର ଟେକିଂ ଦେଇ କାରିଗର ମାନଙ୍କୁ ଛାଡିଛି ପୋଲିସ । ତେବେ ପୋଲିସ ଭୟରେ କାରିଗରମାନେ ସାଧା କାଗଜରେ ଦସ୍ତଖତ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଥିଲା । କୋରୋନା ପାଇଁ ଦୀର୍ଘ ୨ବର୍ଷ କାରିଗର ମାନେ ହାତ ବାନ୍ଧି ଘରେ ବସିଥିଲେ । ରୋଜଗାର ହରାଇଥିଲେ ମୂର୍ତ୍ତି କାରିଗର ମାନେ । ତେବେ ଏବେ ସ୍ବାଭାବିକ ସ୍ଥିତି ହେବାରୁ ମୂର୍ତ୍ତି ନିର୍ମାଣ କରିବାରେ ଲାଗିପଡିଛନ୍ତି ମୂର୍ତ୍ତି କାରିଗର । ତେବେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ- ହାଇକୋର୍ଟରେ ପହଞ୍ଚିଲା ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ଘଟଣା

ତେବେ ଯେଉଁ ବିକୃତ ଗଣେଶ ମୂର୍ତ୍ତିକୁ ନେଇ ପୋଲିସ ତାଗିଦ କରୁଛି, ତାହା ପୂର୍ବରୁ ଅନେକ ମଣ୍ଡପରେ ମଧ୍ୟ ପୂଜା କରାଯାଉଥିଲା । ଏହା କୌଣସି ଧାର୍ମିକ ଭାବନାକୁ ଆଘାତ ଦେଉ ନାହିଁ ବୋଲି ମୂର୍ତ୍ତି ଆବେଦନରେ ଦର୍ଶାଯାଇଥିଲା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏହି ମାମଲାରେ ରାଜ୍ୟ ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, କଟକ ଡିସିପି, ପୁରୀଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ଇଟିଭି ଭାରତ, କଟକ

Last Updated : Aug 29, 2022, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.