କଟକ: ଆଡଭୋକେଟ ୱେଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ବିରୋଧ କଲା ହାଇକୋର୍ଟ ବାର ଆସୋସିଏସନ । ବାର କାଉନସିଲ ପକ୍ଷରୁ ଷ୍ଟାମ୍ପର ମୂଲ୍ୟ ଅଚାନକ 15 ରୁ ୧୦୦ ଟଙ୍କା ବୃଦ୍ଧିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ କରିଛି । ବାର କାଉନସିଲ ଅନ୍ତରୀଣ କମିଟିର ଏପରି ନିଷ୍ପତ୍ତି ନେବାର କ୍ଷମତା ନାହିଁ ବୋଲି ବାର ପକ୍ଷରୁ କୁହାଯାଇଛି ।
ଆଇନଜୀବୀ କଲ୍ୟାଣ ଷ୍ଟାମ୍ପର ଦର ୧୫ ଟଙ୍କା ରୁ 100 ଟଙ୍କାକୁ ବୃଦ୍ଧି ପ୍ରତିବଦଳରେ ଆଇନଜୀବୀମାନଙ୍କୁ କଣ ଅଧିକ ସୁଯୋଗ ମିଳିବ ସେନେଇ ବାର କାଉନ୍ସିଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ବାର ଅଭିଯୋଗ କରିଛି । ଏହି ଦରବୃଦ୍ଧିର ପ୍ରତିବାଦ କରି ବର୍ଦ୍ଧିତ ହାରରେ ଷ୍ଟାମ୍ପ ନ ଲଗାଇବାକୁ ବାର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ଆହ୍ବାନ କରାଯାଇଛି । ବାର କାଉନସିଲ ନିର୍ବାଚନ ପର୍ଯ୍ୟନ୍ତ କୌଣସି ଆଇନଜୀବୀ ବର୍ଦ୍ଧିତ ଷ୍ଟାମ୍ପ ନଦେବାକୁ ଅନୁରୋଧ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ