ETV Bharat / city

କୋରୋନା ମୁକାବିଲା, ଓଡିଶାରେ ରହିଛି କେତେ ଅକ୍ସିଜେନ ଗଚ୍ଛିତ ?

author img

By

Published : Apr 22, 2021, 10:14 PM IST

ଓଡିଶା ସରକାରଙ୍କ ପୂର୍ବ ସତର୍କତା ଓ ଅକ୍ସିଜେନ ନିର୍ମାତାଙ୍କ ସହ ଆଲୋଚନା ମାଧ୍ୟମରେ ପର୍ଯ୍ୟାପ୍ତ ଅକ୍ସିଜେନ ସ୍ଥଗିତ ରଖାଯାଇଛି । କଟକ ଭୁବନେଶ୍ୱରରେ ୩ ଟି କମ୍ପ୍ରେସ ପ୍ଲାଣ୍ଟ ଥିବା ବେଳେ ୨୦ ଟି ଲିକୁଇଡ଼ ଫିଲିଂ ପ୍ଲାଣ୍ଟ ରହିଛି । ଅଧିକ ପଢନ୍ତୁ...

କରୋନା ମୁକାବିଲା ପାଇଁ ଅକ୍ସିଜେନ ଗଚ୍ଛିତ ରହିଛି

କଟକ: କୋରୋନା ଦ୍ୱିତୀୟ ଲହରୀ ଯୋଗୁଁ ଦୈନନ୍ଦିନ ହୁ ହୁ ବଢ଼ିବାରେ ଲାଗିଛି ସଂକ୍ରମଣ । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ପାର କରି ସାରିଛି । ଓଡ଼ିଶାରେ ସ୍ଥିତି ସାଙ୍ଘାତି ନଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏପରି ପରିସ୍ଥିତିରେ ଅନେକ ରାଜ୍ୟରେ ଦେଖା ଦେଇଛି ଅକ୍ସିଜେନ ସଙ୍କଟ । ଓଡ଼ିଶାରେ ଅକ୍ସିଜେନର କ‘ଣ ରହିଛି ସ୍ଥିତି ? ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୃଦ୍ଧି ହେଲେ ଓଡିଶାରେ ଆବଶ୍ୟକୀୟ ଅକ୍ସିଜେନ ସ୍ଥଗିତ ରହିଛି ତ ? ଏହାକୁ ନେଇ ମତ ରଖିଛନ୍ତି କଟକର ଅକ୍ସିଜେନ ପ୍ରସ୍ତୁତକାରୀ ସଂସ୍ଥା ପାରାଦୀପ ଅକ୍ସିଜେନ ଫିଲିଂ ଷ୍ଟେସନ । କିଛି ଦିନ ମଧ୍ୟରେ ସରକାରୀ ବେସରକାରୀ କୋଭିଡ ହସ୍ପିଟାଲରେ ଅକ୍ସିଜେନ ଚାହିଦା ବଢ଼ିବାରେ ଲାଗିଛି । ଆବଶ୍ୟକୀୟ ଅକ୍ସିଜେନ ଅଦ୍ୟାବଧି ଯୋଗାଯିବା ସହିତ ଅକ୍ସିଜେନ ଟାଙ୍କି ଗଚ୍ଛିତ ଥିବା ମଧ୍ୟ ସୂଚନା ଦେଇଛନ୍ତି ଅକ୍ସିଜେନ ପ୍ରସ୍ତୁତକାରୀ ସଂସ୍ଥା ।

ଓଡିଶା ସରକାରଙ୍କ ପୂର୍ବ ସତର୍କତା ଓ ଅକ୍ସିଜେନ ନିର୍ମାତାଙ୍କ ସହ ଆଲୋଚନା ମାଧ୍ୟମରେ ପର୍ଯ୍ୟାପ୍ତ ଅକ୍ସିଜେନ ସ୍ଥଗିତ ରଖାଯାଇଛି । କଟକ ଭୁବନେଶ୍ୱରରେ ୩ ଟି କମ୍ପ୍ରେସ ପ୍ଲାଣ୍ଟ ଥିବା ବେଳେ ୨୦ ଟି ଲିକୁଇଡ଼ ଫିଲିଂ ପ୍ଲାଣ୍ଟ ରହିଛି । ସେହିପରି ଟାଟା, ଜିନ୍ଦଲ, ଆରଏସପିଏଲ ଓ ନାଲକୋ ପରି ଅନେକ ସଂସ୍ଥାରେ ମଧ୍ୟ ଅକ୍ସିଜେନ ଯୋଗାଇବାର କ୍ଷମତା ରହିଛି । ବର୍ତ୍ତମାନ ସୁଦ୍ଧା ଅନେକ କୋଭିଡ ମେଡିକାଲରେ ଅକ୍ସିଜେନ ପାଇଁ ଚାହିଦା ରହିଛି । କିନ୍ତୁ, ଓଡିଶାରେ ସେମିତି ସ୍ଥିତି ଉପୁଜି ନାହିଁ । ଆଉ ଯେତେ ବି ଅକ୍ସିଜେନ ରହିଛି ତାହାକୁ ନେଇ କୋରୋନାର ସଫଳ ମୁକାବିଲା କରିହେବ ବୋଲି କହିଛନ୍ତି ପାରାଦୀପ ଅକ୍ସିଜେନ ଫିଲିଂ ଷ୍ଟେସନର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସାମନ୍ତରାୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.