ETV Bharat / city

ଆସିବ ନୂତନ ରେରା ଆଇନ, ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

ଆଗାମୀ ତିନି ମାସ ମଧ୍ୟରେ ରାଜ୍ୟରେ ଆସିବ ନୂତନ ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭଲପମେଣ୍ଟ) ବା ରେରା ଆଇନ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆପାର୍ଟମେଣ୍ଟ ବିକ୍ରି ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ପରଠାରୁ ରାଜ୍ୟରେ ବନ୍ଦ ରହିଛି ଆପାର୍ଟମେଣ୍ଟ ବିକ୍ରି । ଅଧିକ ପଢ଼ନ୍ତୁ

author img

By

Published : Jun 22, 2022, 10:44 PM IST

ଆସିବ ନୂତନ ରେରା ଆଇନ, ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ
ଆସିବ ନୂତନ ରେରା ଆଇନ, ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ: ରାଜ୍ୟରେ ଆସିବ ନୂତନ ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭଲପମେଣ୍ଟ) ବା ରେରା ଆଇନ । ଆଗାମୀ ତିନି ମାସ ମଧ୍ୟରେ ଏହି ସଂଶୋଧିତ ଆଇନ ରାଜ୍ୟରେ ଆସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଗତ ମେ ୧୨ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆପାର୍ଟମେଣ୍ଟ ବିକ୍ରି ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ରାଜ୍ୟରେ ଆପାର୍ଟମେଣ୍ଟ ବିକ୍ରି ବନ୍ଦ ରହିଛି ।

ମଧ୍ୟବର୍ତ୍ତୀ ସମୟରେ ଆପାର୍ଟମେଣ୍ଟ ବିକ୍ରି ପାଇଁ ଅନୁମତି ଦେବାକୁ ବିଲଡର ଆସୋସିଏସନ ପକ୍ଷରୁ ହୋଇଥିବା ଏକ ଆବେଦନକୁ ଆଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଅଗଷ୍ଟ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚ୍ୟାଲେଞ୍ଜ କରି ଦାୟାର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ ମୁରଲୀଧର ଓ ଜଷ୍ଟିସ୍‌ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ । ରାଜ୍ୟ ସରକାର ଏବଂ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟି(ଓରେରା)ର ମିଳିତ ବୈଠକ କରିବାକୁ ମେ ୧୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭଲପମେଣ୍ଟ) ଆଇନ, ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀର କେତେକ ନିୟମ ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଥିବାବେଳେ ଏହି ପ୍ରସଙ୍ଗରେ ସମାଧାନ ପନ୍ଥା ବାହାର କରିବା ପାଇଁ ବୈଠକରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଥିଲା । ଏଥି ସହିତ ଆପାର୍ଟମେଣ୍ଟ ସଂପର୍କିତ ବିକ୍ରି କବଲା କାର୍ଯ୍ୟକାରୀ ବେଳେ ରେରା ଆଇନ ଓ ଏ ସଂପର୍କିତ ନିୟମ ପାଳନ ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟ ସରକାର ବୈଠକ କରି ଆଜି ଏହି ସତ୍ୟପାଠ ଦାଖଲ କରିଛନ୍ତି । ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବାବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା । ଏହାପରେ ୨୦୧୬ରେ ରିଅଲ୍‌ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ଏହି ଆଇନ ଅନୁସାରେ କୌଣସି ଆପାର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ । ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ଉଲ୍ଲଙ୍ଘନ ହୁଏ, ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ । ଏହି ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ । ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର । ଆପାର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା । ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚରଣ କରୁଛି ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.