କଟକ: ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ସରିଗଲା । ଥମୁନି ଟିକେଟ ବିବାଦ । ପାସ କେଳଙ୍କାରୀ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ସୋସିଆଲ ମିଡିଆରେ ଘୁରି ବୁଲୁଛି ନକଲି ଟିକେଟ ଓ ପାସ ଫଟୋ । ଏନେଇ ପ୍ରତିକ୍ରିୟା ରଖିଛନ୍ତି OCA ସିଇଓ ସୁବ୍ରତ ବେହେରା । ପାସ କେଳଙ୍କାରୀ ସହ ଓସିଏର କୌଣସି ସମ୍ପର୍କ ନାହିଁ ଓସିଏକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଓସିଏ ସିଇଓ ।
ସେ ଆହୁରି କହିଛନ୍ତି,''ମ୍ୟାଚ ପରେ ନକଲି ପାସ ଭାଇରାଲ ଓସିଏକୁ ବଦନାମ କରିବାକୁ ଚକ୍ରାନ୍ତ ହେଉଛି । ଘଟଣା ସହିତ ଓସିଏର କୌଣସି ସମ୍ପର୍କ ନାହିଁ। ଓସିଏ ଏଭଳି ପାସ କି ଟିକେଟ ପ୍ରସ୍ତୁତ କରିନାହିଁ। ନକଲି ପାସ କରିବା ଦ୍ବାରା ଆମେ ବଦନାମ ହେଉଛୁ ବୋଲି କହିଛନ୍ତି ଓସିଏ ସିଇଓ । ପ୍ରତି ଗେଟରେ ଟିକେଟ ଭାଲିଡେଟର ରହିଥିଲେ । ଏଣ୍ଟ୍ରି ସମୟରେ କୌଣସି ଟିକେଟ ନକଲି ଥିଲେ ସେମାନେ ସେଠାରେ ତାହା ଜଣାପଡିଯିବ କାରଣ ଟିକେଟ ସ୍କାନିଂ ବ୍ୟବସ୍ଥା ରହିଥିଲା । ତେବେ ଦଳୀୟ କ୍ରିୟ୍ୟୁ ସଦସ୍ୟ କିପରି ଷ୍ଟାଡିୟମକୁ ପ୍ରବେଶ କରିବା କଥାକୁ ମିଥ୍ୟା ବୋଲି କହିଛନ୍ତି ଓସିଏ ସିଇଓ ।
ବାଟବାଟୀରେ ମ୍ୟାଚ ନ କରେଇ ଦେବାକୁ ଚେଷ୍ଟା ହୋଇଥିଲା । ମ୍ୟାଚ କିପରି ବନ୍ଦ ହେବ ସେ ନେଇ ବହୁ ଚେଷ୍ଟା ବି କରିଥିଲେ। ମ୍ୟାଚ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଥିବା ନେଇ ଏବେ କିଛି ଲୋକ ଏପରି ମିଥ୍ୟା ଅଭିଯୋଗ ଆଣି OCAକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ଦ୍ଦିଷ୍ଟ ଦଳ ନାଁ ଲେଖି ପାସକୁ ଭାଇରାଲ କରାଯାଉଛି । ଓସିଏ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି କହିଛନ୍ତି ସିଇଓ । ଏ ଦିଗରେ ଏକ ଅନ୍ତରୀଣ ତଦନ୍ତ କରାଯିବ । ଯାହାର ନିଷ୍କର୍ସ ଶୀଘ୍ର ଆସିବ ବୋଲି କହିଛନ୍ତି ଓସିଏ ସିଇଓ ।
ଇଟିଭି ଭାରତ, କଟକ