ETV Bharat / city

ବାହାରିଲା ମାଟ୍ରିକ ପରୀକ୍ଷା ଫଳ, ପୁଅଙ୍କୁ ଟପିଲେ ଝିଅ

ପ୍ରକାଶ ପାଇଲା ଚଳିତ ବର୍ଷର ଦଶମ ମାଟ୍ରିକ ପରୀକ୍ଷା୍ ଫଳ । ସକାଳ 9ଟା ସମୟରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପାସ ହାର 70.78 ପ୍ରତିଶତ ରହିଥିବା ବେଳେ ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇ ଝିଅ ମାନେ ବାଜି ମାରିନେଇଛନ୍ତି ।

author img

By

Published : May 21, 2019, 4:21 PM IST

ବ୍ୟୁରୋ ରିପୋର୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ଦଶମ ମାଟ୍ରିକ ପରୀକ୍ଷା ଫଳ । ସକାଳ 9ଟା ସମୟରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପାସ ହାର 70.78 ପ୍ରତିଶତ ରହିଥିବା ବେଳେ ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇ ଝିଅମାନେ ବାଜି ମାରିନେଇଛନ୍ତି । ତେବେ ବାତ୍ୟା 'ଫନି' ପାଇଁ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ ପାସ ହାର ରହିଛି 70.78 ପ୍ରତିଶତ । ଗତବର୍ଷ ପାସ୍ ହାର ଥିଲା 76.23 ପ୍ରତିଶତ । ତେବେ ସବୁଠାରୁ ବଡ କଥା ହେଲା ଏଥର ବି ଆଗରେ ଝିଅ । ରେଗୁଲାରରେ 72.35 ପ୍ରତିଶତ ପାସହାର ରହିଥିବା ବେଳେ ଏକ୍ସ ରେଗୁଲାରରେ ପାସ ହାର ରହିଛି 37.43 ପ୍ରତିଶତ । ଚଳିତ ବର୍ଷ 5 ଲକ୍ଷ 61 ହଜାର 79 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ A1 ଗ୍ରେଡରେ 11ଶହ 181, A2ରେ 9 ହଜାର 938, B1ରେ 24 ହଜାର 991, B2ରେ 46 ହଜାର 139 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତେବେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସ ହାର 85.48 ପ୍ରତିଶତ ଥିବାବେଳେ ସର୍ବନିମ୍ନ କୋରାପୁଟ ଜିଲ୍ଲାର 50.61 ପ୍ରତିଶତ ରହିଛି । 289ଟି ସ୍କୁଲରେ 100 ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ 82ଟି ସ୍କୁଲରେ ପାସହାର ଶୂନ ରହିଛି । ଏଥିସହ ଷ୍ଟେଟ ଓପନ ସ୍କୁଲରେ 58.53 ପ୍ରତିଶତ ପାସ ହୋଇଥିବା ବେଳେ ମଧ୍ୟମ ସ୍କୁଲର ପାସହାର ରହିଛି 84.62 ପ୍ରତିଶତ । ଯେଉଁ 82ଟି ସ୍କୁଲରେ ଫଳ ଶୂନ ରହିଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଏନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଉତ୍ତରଦାୟୀ ରହିବେ ବୋଲି ଗଣଶିକ୍ଷା ସଚିବ କହିଛନ୍ତି ।

ପ୍ରଶ୍ନପତ୍ର ଭାଇରାଲରେ ଆରମ୍ଭ ହୋଇ ଭାଇରାଲରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ତେବେ ଖାତା ରି-ଚେକିଂ ପାଇଁ ମେ 24 ରୁ 10 ଦିନ ଭିତରେ ଅନଲାଇନ ଆବେଦନ କରିବାକୁ ହେବ । ଅନ୍ୟପଟେ ଜୁନ ଶେଷ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ବାହାରିଲା ମାଟ୍ରିକ ପରୀକ୍ଷା ଫଳ, ପୁଅଙ୍କୁ ଟପିଲେ ଝିଅ

କଟକ:  ପ୍ରକାଶ ପାଇଲା ଚଳିତ ବର୍ଷର ଦଶମ ମାଟ୍ରିକ ପରୀକ୍ଷା୍ ଫଳ । ସକାଳ 9 ଟା ସମୟରେ  ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପାସ ହାର 70.78 ପ୍ରତିଶତ ରହିଥିବା ବେଳେ ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇ  ଝିଅ ମାନେ ବାଜି ମାରିନେଇଛନ୍ତି । ତେବେ ବାତ୍ୟା 'ଫନି' ପାଇଁ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଥିବା ସୂଚନା ରହିଛି ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ ପାସ ହାର ରହିଛି  70.78 ପ୍ରତିଶତ । ଗତବର୍ଷ ପାସ୍ ହାର ଥିଲା 76.23 ପ୍ରତିଶତ । ତେବେ ସବୁଠାରୁ ବଡ କଥା ହେଲା ଏଥର ବି ଆଗରେ ଝିଅ । ରେଗୁଲାରରେ 72.35 ପ୍ରତିଶତ ପାସହାର ରହିଥିବା ବେଳେ ଏକ୍ସ ରେଗୁଲାରରେ ପାସ ହାର ରହିଛି 37.43 ପ୍ରତିଶତ । ଚଳିତ ବର୍ଷ 5 ଲକ୍ଷ 61 ହଜାର 79 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ  A1 ଗ୍ରେଡରେ  11 ଶହ 181, A2ରେ  9 ହଜାର 938, B1ରେ 24 ହଜାର 991, B2ରେ  46 ହଜାର 139 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତେବେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସ ହାର 85.48 ପ୍ରତିଶତଥିବାବେଳେ ସର୍ବନିମ୍ନ କୋରାପୁଟ ଜିଲ୍ଲାର 50.61 ପ୍ରତିଶତ ରହିଛି  । 289ଟି ସ୍କୁଲରେ 100 ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ 82ଟି ସ୍କୁଲରେ ପାସହାର ଶୂନ ରହିଛି । ଏଥିସହ ଷ୍ଟେଟ ଓପନ ସ୍କୁଲରେ 58.53 ପ୍ରତିଶତ ପାସ ହୋଇଥିବା ବେଳେ ମଧ୍ୟମ ସ୍କୁଲର ପାସହାର ରହିଛି 84.62 ପ୍ରତିଶତ । ଯେଉଁ  82ଟି ସ୍କୁଲରେ ଫଳ ଶୂନ ରହିଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଏନେଇ ଶିକ୍ଷକ, ଶିକ୍ଷୟତ୍ରୀ ଉତ୍ତରଦାୟୀ ରହିବେ ବୋଲି ଗଣଶିକ୍ଷା ସଚିବ କହିଛନ୍ତି ।

ପ୍ରଶ୍ନପତ୍ର ଭାଇରାଲରେ ଆରମ୍ଭ ହୋଇ ଭାଇରାଲରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ତେବେ ଖାତା ରି ଚେକିଂ ପାଇଁ ମେ 24 ରୁ 10 ଦିନ ଭିତରେ ଅନଲାଇନ ଆବେଦନ କରିବାକୁ ହେବ ।  ଅନ୍ୟପଟେ ଜୁନ ଶେଷ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.