ETV Bharat / city

ଇଜ ଅଫ ଡୁଇଙ୍ଗ ବିଜନେସ ସଂସ୍କାର, ଓଡିଶା ସପ୍ତମ ରାଜ୍ୟ - ଇଓଡିବି ସଂସ୍କାରର ସଫଳ ରୂପାୟନ

ଅର୍ଥ ମନ୍ତ୍ରଣାଳୟ ଦ୍ବାରା ନିର୍ଦ୍ଧାରିତ ‘ଇଜ ଅଫ ଡୁଇଙ୍ଗ ବିଜନେସ’ ସଂସ୍କାରର ସଫଳ ରୂପାୟନ କରିବାରେ ସପ୍ତମ ରାଜ୍ୟ ହେଲା ଓଡ଼ିଶା । ଅଧିକ ପଢନ୍ତୁ...

ଇଓଡିବି ସଂସ୍କାରର ସଫଳ ରୂପାୟନ କରିବାରେ ଓଡିଶା ସପ୍ତମ ରାଜ୍ୟ

author img

By

Published : Dec 30, 2020, 10:57 PM IST

ଭୁବନେଶ୍ବର: ଅର୍ଥ ମନ୍ତ୍ରଣାଳୟ ଦ୍ବାରା ନିର୍ଦ୍ଧାରିତ ‘ଇଜ ଅଫ ଡୁଇଙ୍ଗ ବିଜନେସ’ ସଂସ୍କାରର ସଫଳ ରୂପାୟନ କରିବାରେ ସପ୍ତମ ରାଜ୍ୟ ହେଲା ଓଡ଼ିଶା । ବର୍ତ୍ତମାନ ଖୋଲା ବଜାରରୁ 14 ଶହ 29 କୋଟିର ଅତିରିକ୍ତ ଆର୍ଥିକ ସମ୍ବଳ ପାଇବା ପାଇଁ ଯୋଗ୍ୟ ହେଲା ରାଜ୍ୟ । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନା ଆଦି 6 ଟି ରାଜ୍ୟ ଭଳି ଓଡିଶା ମଧ୍ୟ ଏହି ସଂସ୍କାର ଶେଷ କରିବାରେ ସଫଳ ହୋଇଛି । ଏଓଡିବି ସଂସ୍କାରର ସଫଳ କାର୍ଯ୍ୟକାରିତା ଲାଗି ଖୋଲା ବଜାରରୁ ଏହି 6 ଟି ରାଜ୍ୟକୁ 20, 888 କୋଟିର ଋଣ ପାଇଁ ମଞ୍ଜୁରୀ ମିଳିଛି ।

ଇଜ ଅଫ ଡୁଇଙ୍ଗ ବିଜନେସ ହେଉଛି ଦେଶର ନିବେଶ ଅନୁକୂଳ ବ୍ୟବସାୟ ବାତାବରଣର ଗୁରୁତ୍ବପୂର୍ଣ୍ଣ ସୂଚକାଙ୍କ । ଇଓଡିବିର ବିକାଶ ରାଜ୍ୟ ଅର୍ଥନୀତିର ଦ୍ରୁତ ବିକାଶରେ ସହାୟକ ହୋଇଥାଏ । ଏଣୁ ଭାରତ ସରକାର 2020 ମେ ମାସରେ ଇଓଡିବିର ସଫଳ ରୂପାୟନ କରିଥିବା ରାଜ୍ୟଗୁଡିକୁ ଅତିରିକ୍ତ ଋଣ ଅନୁଦାନ ପାଇଁ ଅନୁମତି ଦେଇଛନ୍ତି । ଯାହା ବ୍ୟବସାୟକୁ ସହଜ ଓ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.