କଟକ: ପୂଜା ବଜାରରେ ଚହଳ ପକାଇବା ପାଇଁ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ମନ ମୋ ନେଇଗଲୁରେ' । କଟକ ବୃନ୍ଦାବନ ହଲ୍ରେ ଆଜି ଏହି ଫିଲ୍ମ ରିଲିଜ ହେଲା ପରେ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖା ଯାଇଛି । ଫିଲ୍ମରେ ଦର୍ଶକଙ୍କୁ କମେଡି ଆକ୍ସନ ଡ୍ରାମା ଦେଖିବାକୁ ମିଳିବ ବୋଲି କହିଛନ୍ତି ଫିଲ୍ମ କାଷ୍ଟ୍ ।
ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା । ଚଳଚ୍ଚିତ୍ରର ଅନ୍ୟମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ହାସ୍ୟ ଅଭିନେତା ଗୁଡୁଙ୍କ ଅଭିନୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ରୋମାନ୍ସ, ଆକ୍ସନ, ତଡ଼କା ଭରି ରହିଛି । ତେଣୁ ଏହି ଫିଲ୍ମକୁ ନିଶ୍ଚିତ ରୂପେ ଦର୍ଶକ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମର ସମ୍ପୂର୍ଣ୍ଣ ୟୁନିଟ୍ ।
ସେପଟେ ଫିଲ୍ମରେ ଦର୍ଶକ ଥ୍ରୀଲର ଦେଖିବାକୁ ପାଇବେ ବୋଲି କହିଛନ୍ତି ଅଭିନେତା ଜ୍ୟୋତି । ଏହାଛଡ଼ା ଗୁଡୁ କମେଡି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିବ ବୋଲି ସେ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ