ETV Bharat / city

ଦୁଷ୍ମନ୍ତଙ୍କ ଅସ୍ତ୍ରୋପଚାରରେ ହୋଇନାହିଁ କୌଣସି ତ୍ରୁଟି: SCB କର୍ତ୍ତୃପକ୍ଷ

author img

By

Published : Sep 9, 2021, 7:54 PM IST

Updated : Sep 9, 2021, 9:32 PM IST

ଦୁଷ୍ମନ୍ତ ଦାସଙ୍କ ରାତି ଅଧରେ ମୃତଦେହ ବ୍ୟବଚ୍ଛେଦ ପ୍ରସଙ୍ଗରେ ପତିକ୍ରିୟା ରଖିଲେ SCB କର୍ତ୍ତୃପକ୍ଷ । ଜରୁରୀକାଳୀନ ଅଧିକାରୀ କହିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଛି ବ୍ୟବଚ୍ଛେଦ । ହୋଇନାହିଁ କୌଣସି ତ୍ରୁଟି । ଅଧିକ ପଢନ୍ତୁ...

ଦୁଷ୍ମନ୍ତଙ୍କ ଅସ୍ତ୍ରୋପଚାରରେ ହୋଇନାହିଁ କୌଣସି ତ୍ରୁଟି: SCB କର୍ତ୍ତୃପକ୍ଷ
ଦୁଷ୍ମନ୍ତଙ୍କ ଅସ୍ତ୍ରୋପଚାରରେ ହୋଇନାହିଁ କୌଣସି ତ୍ରୁଟି: SCB କର୍ତ୍ତୁପକ୍ଷ

କଟକ: ଦୁଷ୍ମନ୍ତ ଦାସଙ୍କ ରାତି ଅଧରେ ମୃତଦେହ ବ୍ୟବଚ୍ଛେଦ ପ୍ରସଙ୍ଗରେ ବିବାଦରେ ଥିବାବେଳେ ପ୍ରତିକ୍ରିୟା ରଖିଲେ ଏସସିବି ଜରୁରୀକାଳୀନ ଅଧିକାରୀ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ରାତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା କହିଛନ୍ତି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

ଦୁଷ୍ମନ୍ତଙ୍କ ଅସ୍ତ୍ରୋପଚାରରେ ହୋଇନାହିଁ କୌଣସି ତ୍ରୁଟି: SCB କର୍ତ୍ତୃପକ୍ଷ

ଭୁବନାନନ୍ଦ କହିଛନ୍ତି, ୨ଜଣ ଡାକ୍ତର ଓ ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହୋଇଛି । ରାତିରେ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଚିକିତ୍ସା ଅବହେଳାର ଅଭିଯୋଗକୁ ନେଇ ଏସସିବିର ଇଣ୍ଟରନାଲ କମିଟି ଗଠନ କରାଯାଇ ତଦନ୍ତ ହେବ ବୋଲି ମଧ୍ୟ ସେ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଗତକାଲି ରାତିରେ ହିଁ ଦୁଷ୍ମନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ଓ ଅନ୍ତିମ ସଂସ୍କାର ମଧ୍ୟ ଶେଷ ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 9, 2021, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.