କଟକ: ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା । ସେଥିପାଇଁ କଟକ ମହାନଗର ନିଗମ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । 59ଟି ୱାର୍ଡ ବିଶିଷ୍ଟ କଟକ ମହାନଗର ନିଗମରେ ନିର୍ବାଚନ ହେବ । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସିଏମସି କାର୍ଯ୍ୟାଳୟ ଏବଂ ସିଏମସି କାର୍ଯ୍ୟାଳୟ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ବ୍ୟବସ୍ଥା କରାଯାଇଛି ।
ଏହି ଦୁଇଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାର୍ଥୀପତ୍ର ଦାଖଲ ବେଳେ ଭିଡ଼ ଏଡ଼ାଇବା ପାଇଁ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥା ରହିବ । ଆଜି ପଞ୍ଚାୟତ ନିର୍ବାଚନ ଫଳାଫଳ ବାହାରିଛି । ତେବେ ଏହାପୂର୍ବରୁ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ଘୋଷଣା ହୋଇ ସାରିଥିଲା । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଆରମ୍ଭ ହେବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ