ETV Bharat / city

Matric Exams: ମଧ୍ୟମାର କିଛି ପରୀକ୍ଷା ସକାଳ ସିଟିଂରେ ହେବ, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର - ଓଡିଶା ବୋର୍ଡ ପରୀକ୍ଷା ନ୍ୟୁଜ

ଦିନକ ପରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୂଚି ଜଣାଇଲେ ବୋର୍ଡ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Matric Exams: ମଧ୍ୟମାର କିଛି ପରୀକ୍ଷା ସକାଳ ସିଟିଂରେ ହେବ, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର
ଦିନକ ପରେ ମାଟ୍ରିକ ପରୀକ୍ଷା: ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ ନିଷେଧ, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର
author img

By

Published : Apr 27, 2022, 4:28 PM IST

Updated : Apr 27, 2022, 4:53 PM IST

କଟକ: ଦିନକ ପରେ ମାଟ୍ରିକ ପରୀକ୍ଷା ଦେବେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷା ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି ନେଇ ସମ୍ୟକ ଆଲୋଚନା କଲା ବୋର୍ଡ । ଆଜି (ବୁଧବାର) ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି ।

Matric Exams: ମଧ୍ୟମାର କିଛି ପରୀକ୍ଷା ସକାଳ ସିଟିଂରେ ହେବ, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର

ପୋଲିସ ଷ୍ଟେସନରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି । ଦୁଇବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ । ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ରହିଛନ୍ତି । ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି ।

ଗତ ୨୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯାଇଛି । ନୋଡାଲ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲ୍ଲା ଏସପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି । ଗୋଟିଏ ସିଟିଂରେ ବୋର୍ଡ ପରୀକ୍ଷା କରାଯାଉଛି । ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷାର୍ଥୀମାନଙ୍କୁ କେବଳ ପ୍ରଥମ ଦିନରେ ସକାଳ ୭ ଟା ରେ ପହଞ୍ଚିବାକୁ କୁହାଯାଇଛି । ମାତ୍ର ଅନ୍ୟ ଦିନମାନଙ୍କରେ ୭ ଟା ୨୦ ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 27, 2022, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.