ETV Bharat / city

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ, କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଚଳାଇ ପାରିବେ ବାଇକ୍‌ - ବରିଷ୍ଠ ନାଗରିକ

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ 3 ଥର ଅଣ୍ଡରଟେକିଂ ଦେଇ ବାଇକ୍‌ ଚଳାଇ ପାରିବେ ବୋଲି ଏଥିରେ କୁହାଯାଇଛି ।

highcourt
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ, କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ 3ଥର ଅଣ୍ଡର ଟେକିଂ ଦେଇ ଚଳାଇ ପାରିବେ ବାଇକ୍‌
author img

By

Published : Apr 10, 2020, 3:49 PM IST

କଟକ: ଲକ୍‌ଡାଉନ୍‌ ସମୟରେ ଗାଡି ସିଜ୍ ପ୍ରସଙ୍ଗରେ ହାଇକୋର୍ଟ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ଆଜି ସେଥିରେ ସଂଶୋଧନ କରାଯାଇଛି। ଗାଡି ଜବତ ପ୍ରସଙ୍ଗରେ ହାଇକୋର୍ଟ ଆଜି ସାନି ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ସମୟରେ କେବଳ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କର୍ମକ୍ଷେତ୍ରକୁ ବାଇକ ନେଇ ଯାଇପାରିବେ। ସେହିପରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି 3 ଥର ଅଣ୍ଡରଟେକିଂ ଦେଇ ଗାଡି ନେଇ ପାରିବେ ବୋଲି ହାଇକୋର୍ଟ ତାଙ୍କ ନୂଆ ନିର୍ଦ୍ଦେଶରେ କହିଛନ୍ତି ।

highcourt
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ

ସୂଚନାଥାଉକି, ଗତକାଲି ଜବତଗାଡିକୁ ଅଣ୍ଡରଟେକିଂ ଦେଇ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଯାହାଫଳରେ ଆଜି ଅନେକ ସ୍ଥାନରେ ଲୋକମାନେ ଗାଡି ବ୍ୟବହାର କରିଥିଲେ। ତେବେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ଆଡଭୋକେଟ ଜେନେରାଲ ଓ ଅତିରିକ୍ତ ସରକାରୀ ଓକିଲ । ଏହି ନିର୍ଦ୍ଦେଶକୁ ସଂଶୋଧନ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.