କଟକ: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜାମିନ ଆବେଦନ କରିଛନ୍ତି ଅଭିଯୁକ୍ତ ନିରଞ୍ଜନ ସେଠୀ । ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ନିରଞ୍ଜନ । ତଳ କୋର୍ଟରେ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିରଞ୍ଜନ ।
ଏକ ୱେବ ପୋର୍ଟାଲ୍ରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ ମାନସ ସ୍ବାଇଁ । ତେବେ କୌଣସି ଏକ ବିବାଦୀୟ ଭିିଡିଓକୁ ନେଇ ମାନସକୁ ଅପହରଣ କରିନେଇଥିଲେ ୱେବ ପୋର୍ଟାଲର ମାଲିକାଣି ଓ ଅଭିଯୁକ୍ତ ନିରଞ୍ଜନ ସେଠୀ । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ସାରିଛି ପୋଲିସ ।