ETV Bharat / city

ନୂଆ ରୂପରେ କାଫଲା ବଜାର ଫାଣ୍ଡି

author img

By

Published : Dec 29, 2019, 2:57 AM IST

କାଫଲା ବଜାର ଫାଣ୍ଡିର ନୂତନ ଗୃହ ଉଦଘାଟିତ ହୋଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ଫାଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଅଧିକ ଖବର ପଢନ୍ତୁ...

ନୂଆ ରୂପରେ କାଫଲା ବଜାର ଫାଣ୍ଡି
ନୂଆ ରୂପରେ କାଫଲା ବଜାର ଫାଣ୍ଡି

କଟକ: କାଫଲା ବଜାର ଫାଣ୍ଡିର ନୂତନ ଗୃହ ଉଦଘାଟିତ ହୋଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ଫାଣ୍ଡିର ଶୁଭ ଉଦଘାଟନ କରିଛନ୍ତି । କାଫଲା ଫାଣ୍ଡି କଟକ ସହରର ସର୍ବ ପୁରାତନ ଫାଣ୍ଡି ।

ନୂଆ ରୂପରେ କାଫଲା ବଜାର ଫାଣ୍ଡି

ପୂର୍ବରୁ ଥିବା ଫାଣ୍ଡି ଗୃହକୁ ବ୍ରିଟିଶ ଅମଳରେ ନିର୍ମାଣ କରାଯାଇଥିଲା ଓ ପରେ ଏହା ଦୁର୍ବଳ ହେବାରୁ ଓଡିଶା ପୋଲିସ ପକ୍ଷରୁ ଏହାର ନୂତନ ଗୃହ ନିର୍ମାଣ କରାଯାଇଛି । ଏହି ନୂତନ ଫାଣ୍ଡି ଗୃହଟି ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ଏଠାରେ ସମସ୍ତ ସୁବିଧା ରଖାଯାଇଛି ।

ଉପର ମହଲାରେ ସମ୍ପୂର୍ଣ୍ଣ ଭାବେ ବାରାକର ନିର୍ମାଣ କରାଯାଇଛି । ଯାହା ଜରୁରୀ କାଳୀନ ପରିସ୍ଥିତିରେ ପୋଲିସ ଫୋର୍ସକୁ ମହଜୁଦ ରଖାଯାଇପାରିବ । ଏହି ଉଦଘାଟନ କାର୍ଯ୍ୟକ୍ରମରେ କଟକ ଡିସିପି ଅଖିଲେଶ୍ବର ସିଂଙ୍କ ସମେତ ସମସ୍ତ ଜୋନର ଏସିପି ଓ ପ୍ରତ୍ୟେକ ଥାନାର ଇନ୍ସପେକ୍ଟର ମାନେ ଉପସ୍ଥିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.