ETV Bharat / city

୯ ମାସ ମଧ୍ୟରେ ଶେଷ ହେବ ନେତାଜୀ ବସ୍ ଟର୍ମିନାଲ, ତାମିଲନାଡୁର କମ୍ପାନୀକୁ ଦାୟିତ୍ବ - cuttack bus terminal

୨୦୨୨ ଫେବୃଆରୀ ସୁଦ୍ଧା କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲର କାମ ଶେଷ ହେବ । ୟୁଆରସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ନିର୍ମାଣ କମ୍ପାନୀ ବସ୍ ଟର୍ମିନାଲ ନିର୍ମାଣ ପୂର୍ବରୁ ଆରମ୍ଭ କଲା ସର୍ଭେ କାମ । ଅଧିକ ପଢନ୍ତୁ...

୯ ମାସ ମଧ୍ୟରେ ଶେଷ ହେବ ନେତାଜୀ ବସ୍ ଟର୍ମିନାଲ: URCPLକୁ ମିଳିଲା ଦାୟିତ୍ବ

author img

By

Published : Jul 3, 2021, 8:15 PM IST

କଟକ: କଟକରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ କମ୍ପାନୀ ଚୟନ ପ୍ରକ୍ରିୟା ଚୁଡାନ୍ତ ହୋଇଛି । ୟୁଆରସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ନିର୍ମାଣ କମ୍ପାନୀ ବସ୍ ଟର୍ମିନାଲ ନିର୍ମାଣ ପୂର୍ବରୁ ଆରମ୍ଭ କଲା ସର୍ଭେ କାମ । ଆସନ୍ତା ୯ ମାସ ଭିତରେ ବସ ଟର୍ମିନାଲ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖିଛି ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଏହି କାର୍ଯ୍ୟକୁ ସ୍ୱଚ୍ଛତାର ସହ ଶେଷ କରିବାକୁ ଦାବି କରିଛନ୍ତି ସହରବାସୀ ।

୯ ମାସ ମଧ୍ୟରେ ଶେଷ ହେବ ନେତାଜୀ ବସ୍ ଟର୍ମିନାଲ: URCPLକୁ ମିଳିଲା ଦାୟିତ୍ବ

୨୦୨୨ ଫେବୃଆରୀ ସୁଦ୍ଧା କଟକରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲର କାମ ଶେଷ ହେବ । ବସ୍ ଟର୍ମିନାଲର ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ପୂର୍ବରୁ ଓ୍ବାର୍କସ୍ ସଚିବ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଇତିମଧ୍ୟରେ ବସ୍ ଟର୍ମିନାଲ ନିର୍ମାଣ ପାଇଁ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ ତାମିଲନାଡୁର ଉଞ୍ଜାମ ପାଲାୟମ୍ ରାମସ୍ବାମୀ ଚିନ୍ନାସ୍ବାମୀ ପ୍ରାଇଭେଟ ଲିମିଟେଡ଼ ବା ୟୁଆରସି କମ୍ପାନୀକୁ ନିର୍ମାଣ କାମ ପାଇଁ ଚୟନ କରାଯାଇଛି । ୯ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରଖାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି ।

ନେତାଜୀ ବସ୍ ଟର୍ମିନାଲ ପାଇଁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାୟ ୬୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ନେତାଜୀ ବସ୍ ଟର୍ମିନାଲ ରାଜ୍ୟର ସର୍ବାଧୁନିକ ବସଷ୍ଟାଣ୍ଡ ହେବ ବୋଲି କୁହାଯାଉଛି । ଏହାଦ୍ୱାରା ରାଜ୍ୟର ଅନେକ ଲୋକ ଉପକୃତ ହେବେ । ତେବେ ଏହି ପ୍ରକଳ୍ପକୁ ସ୍ୱଚ୍ଛତାର ସହ କରିବାକୁ ସହରବାସୀ ଦାବି କରିଛନ୍ତି । କାର୍ଯ୍ୟର ଗୁଣାତ୍ମକ ମାନ ରଖି କିପରି କାମ ହେବ ସେନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସହରବାସୀ ଦାବି କରିଛନ୍ତି ।

ଫେବୃଆରୀ ମାସରେ ଏହି ବସ୍ ଟର୍ମିନାଲ କାମ ଶେଷ ହେବା ପରେ ବାଦାମବାଡି ବସଷ୍ଟାଣ୍ଡକୁ ଏଠାକୁ ସ୍ଥାନାନ୍ତର କରାଯିବ । ବାଦାମବାଡିରେ ଥିବା କୋଠାକୁ ମରାମତି କରି ସେଠାରେ କିଛି ସରକାରୀ ଅଫିସ ଆରମ୍ଭ କରାଯିବାର ଯୋଜନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.