ETV Bharat / city

‘ପ୍ରକୃତି ହିଁ ପିଲାଙ୍କ ମସ୍ତିଷ୍କକୁ ବେଶୀ ପରିପକ୍ବ କରେ’ - Teacher

ଶିକ୍ଷାର ପ୍ରକାର, ଶିକ୍ଷକଙ୍କ କର୍ତ୍ତବ୍ୟ ଏବଂ ପାଠ ପଢ଼ାଇବାର ଶୈଳୀ କେମିତି ହେବା ଦରକାର ? ଶହ ଶହ ଶିକ୍ଷକଙ୍କ ସାମ୍ନାରେ ବଖାଣିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 6, 2019, 9:06 PM IST

କଟକ: ‘ପ୍ରତିଟି ପିଲା ମଧ୍ୟରେ ଅନ୍ତର୍ନିହିତ ଶକ୍ତି ଲୁଚି ରହିଛି । ଅଭିଭାବକ, ଶିକ୍ଷକଙ୍କ କାମ ହେଲା ତାଙ୍କୁ କେବଳ ବାହାରକୁ ଆଣିବା । ଏ କ୍ଷେତ୍ରରେ ପ୍ରକୃତି ବେଶୀ ସହଯୋଗ କରିଥାଏ । କାରଣ ପିଲାଙ୍କ ମସ୍ତିଷ୍କକୁ ପ୍ରକୃତି ହିଁ ଅଧିକ ପରିପକ୍ବ କରିଥାଏ’ ଶିକ୍ଷକଗୌରବ ବନମାଳୀ ବ୍ରହ୍ମଚାରୀଙ୍କ 30ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା) ପକ୍ଷରୁ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସ୍ବର୍ଗତ ବନମାଳୀ ବ୍ରହ୍ମଚାରୀ ଏହି ସଂଘର ପ୍ରତିଷ୍ଠାତା ସଭାପତି ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକର କର୍ତ୍ତବ୍ୟ ଓ ପଢ଼ାଇବାର ଶୈଳୀ ସମ୍ପର୍କରେ ଉପସ୍ଥିତ ଶହ ଶହ ଶିକ୍ଷକଙ୍କୁ ଅବଗତ କରାଇଥିଲେ ରାଜ୍ୟପାଳ ।
‘ଆଜିର ଦିନରେ ଶିକ୍ଷକଙ୍କର ଅନେକ ସମସ୍ୟା ରହିଛି । ପାଠପଢ଼ା ଛଡ଼ା ଅନ୍ୟାନ୍ୟ କାମ କରିବାକୁ ପଡ଼ୁଛି । ଦରମାରେ ମଧ୍ୟ ତାରତମ୍ୟ ରହିଛି । ଏସବୁର ସମାଧାନ ଲାଗି ନୂଆ ସରକାର ପ୍ରୟାସ କରିବେ ବୋଲି ଆଶା’ କାର୍ଯ୍ୟକ୍ରମରେ ସାମିଲ ହୋଇ ଏପରି କହିଛନ୍ତି ଓଲଷ୍ଟା କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିବା ପଦ୍ମଶ୍ରୀ ତୁଳଶୀ ମୁଣ୍ଡାଙ୍କୁ ଏହି ଅବସରରେ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏହି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକକୁ ସହାୟତାର ହାତ ବଢ଼ାଇଵ ଏସବିଆଇ।

ଫଣି ବାତ୍ୟା ପ୍ରଭାବରେ ଓଡ଼ିଶା ରେ ଅନେକ ସହ ଅବସ୍ଥା ସାଙ୍ଘାତିକ ହୋଇପଡିଛି। ଫଣୀ ପ୍ରଭାବିତ ଜିଲ୍ଲା ଗୁଡିକରେ ୧୧୦୦୦ରୁ ଅଧିକ ଋଣ ଗ୍ରାହକ ମାନଙ୍କୁ ଯୋଗାଇ ସରିଛି ଏସବିଆଇ। ଫାଣି ବାତ୍ୟା ରେ ଜନସାଧାରଣ ନକର ଅସୁବିଧା ଉପରେ ନଜର ରଖି ବ୍ୟାଙ୍କ ତରଫରୁ ବିଭିନ୍ନ ସାହାଯ୍ୟ ସହାୟତା ଯୋଗାଇଦିଆଯିବ। 

ଓଡ଼ିଶା ରେ ଏସବିଆଇ ର ୮୭୧ଟି ଶାଖା ରହିଛି। ଏହି ଆର୍ଥିକ ବର୍ଷରେ ରାଜ୍ୟ ସ୍ଥାରୀୟ ବ୍ୟାଙ୍କର ବୈଠକରେ ଋଣ ଯୋଗାଇବା ପାଇଁ ହୋଇଥିବା ନିଷ୍ପତିକୁ ପାଳନ କରିବା ପାଇଁ କହିଥିଲେ ଏସବିଆଇ ମଧ୍ୟ ମୁଦ୍ରା ଋଣ, ଏସ ଏମ୍ ଇ ଋଣ, ଓ ମିଳିତ ଉଦ୍ୟୋଗ ପାଇଁ ଋଣ ରେ ମୁଖ୍ୟ ଅଂଶଡାନ୍ ରହିଛି ବୋଲି ଏମଡି ପି କେ ଗୁପ୍ତା କହିଛନ୍ତି। 
ଶ୍ରୀଯୁକ୍ତ ଗୁପ୍ତା କହିଛନ୍ତି ବାତ୍ୟା ପ୍ରଭାବରେ ଅନେକ ବୃକ୍ଷ ଗୁଡ଼ିକର ବହୁତ କ୍ଷତି ଘଟିଛି। ଯାହା ଏସବିଆଇ ଆସନ୍ତା ମୌସୁମୀ ଋତୁ ମଧ୍ୟରେ ବାତ୍ୟା ପ୍ରଭାବିତ କ୍ଷେତ୍ରରେ ୧୫ ହଜାର ରୁ ଅଧିକ ଚାରା ରୋପଣ କରିବା ସହ ପ୍ରତ୍ୟେକ ଶାଖା ପାଖ ରୁ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରିବାର କାର୍ଯ୍ୟକ୍ରମ ରହିଛି। 
ଏସବିଆଇ ମଧ୍ୟ ୧୩୦୦ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଋଣ, ୮ ହଜାର ରୁ ଅଧିକ କୃଷି ଋଣ ଓ ଘର ତିଆରି ଋଣ କୁ ଏହା ମଧ୍ୟରେ ନୂତନ ଭାବରେ ପରିବର୍ତ୍ତନ କରିପାରିଛି ବୋଲି ସୂଚନା ଦେଇଛନ୍ତି ଏସବିଆଇ ଏମ୍ ଡି ପି କେ ଗୁପ୍ତା।

Byte -  ପି କେ ଗୁପ୍ତା, ଏସବିଆଇ ଏମ୍ ଡି।
Visual and byte send mojo

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.